Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ଷ୍ଟାର ପ୍ରଚାରକ:ନବୀନଙ୍କ ଆଶିର୍ବାଦ ଲୋଡିଲେ ଅନୁଭବ

ଭୁବନେଶ୍ୱର: ଅଭିନେତାରୁ ନେତା ହୋଇଥିବା ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ଫେସବୁକ୍ ପୋଷ୍ଟକୁ ନେଇ ସରଗରମ୍ ଆଲୋଚନା ବେଶ୍ ଗତିଶୀଳ ହୋଇଛି। ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିବା ଅନୁଭବ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି। ଏଥିପାଇଁ ସେ ଫେସବୁକରେ ଏକ ପୋଷ୍ଟ କରି ନବୀନଙ୍କ ଆର୍ଶୀବାଦ ଲୋଡିବାକୁ ନେଇ ଚର୍ଚା ସାଉଁଟୁଛନ୍ତି ଅନୁଭବ।
ଫେସବୁକ୍ ରେ ସେ ଲେଖିଛନ୍ତି, ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଜାଗ୍ରତ ହେବାକୁ ସେ ଚେଷ୍ଟା କରିଥାନ୍ତି। ନିର୍ବାଚନୀ ପ୍ରଚାର ତାଲିକାରେ ତାଙ୍କୁ ସ୍ଥାନ ମିଳିଥିବାରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଅମିତ ଶାହା, ଜେପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲଙ୍କ ସମେତ ଭାଜପାର ସମସ୍ତ ମାନ୍ୟଗଣ୍ୟ ନେତୃବୃନ୍ଦ ତଥା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛି।ତେବେ ସବୁଠୁ ବଡ ରୋଚକ ବିଷୟ ହେଲାଯେ,ବିଜେପି ପଦାଧିକାରୀଙ୍କ ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଆର୍ଶୀବାଦ ଲୋଡିଛନ୍ତି। ସେ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦରୁ ତଥା ନବୀନ ପଟ୍ଟନାୟକ ସାର୍‌ଙ୍କ ଆର୍ଶୀବାଦରୁ ଓଡିଶାରେ ନରେନ୍ଦ୍ର ମୋଦି ତାଙ୍କର ସାହାସିକ ତଥା ଗତିଶୀଳ ନେତୃତ୍ୱରେ ଭାଜପା ଓଡିଶା ଗଠନ କରିବାରେ ସକ୍ଷମ ହେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ