ବାଲିଗୁଡା ଓ କ.ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ବହିଷ୍କୃତ


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ପାଇଁ ଅନେକ ସ୍ଥାନରେ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବା ସହ ନିଜ ଦଳ ସପକ୍ଷରେ ଭୋଟରଙ୍କୁ ମନାଉଛନ୍ତି । କନ୍ଧମାଳ ଜିଲାରେ କଂଗ୍ରେସ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଥିବା ବେଳେ ଦଳ ଭିତରେ ରହି ଦଳ ବିରୋଧି କାର୍ଯ୍ୟ କରିବା ବିଷୟ ପଦାକୁ ଆସିଛି । ପଦବୀ ରହି ଦଳ ବିରୋଧି କାର୍ଯ୍ୟ କରୁଥିବାରୁ ଜିଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି | ଏହି ପରିପ୍ରେକ୍ଷୀରେ ବାଲିଗୁଡା ବ୍ଲକ ସଭାପତି ଆଇବର ନାୟକ ଓ କ.ନୂଆଗାଁ ବ୍ଲକ ସଭାପତି ଜିତେନ୍ଦ୍ର
ଦିଗାଲଙ୍କୁ ପଦବୀରୁ ବହିଷ୍କୃତ କରିଛନ୍ତି। ପଦବୀରେ ଥାଇ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ନିୟମ ଭଙ୍ଗ କରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି l ସେମାନଙ୍କ ବଦଳରେ ନୂତନ ବାଲିଗୁଡା ବ୍ଲକ ସଭାପତି ଭାବେ ଅଭିଷେକ ଦିଗାଲ ଓ କ.ନୂଆଗାଁ ବ୍ଲକ ସଭାପତି ଭାବେ ଶୁକଦେବ ଦିଗାଲଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଭାବେ ସୁରେଶ କୁମାର ପତିଙ୍କୁ ଦାୟିତ୍ଵ ଦିଆଯାଇଥିବା ବିଷୟ ଜିଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା ଏକ ପ୍ରେସ ବିବୃତିରେ ସୁଚନା ଦେଇଛନ୍ତି I