ବାଲିଗୁଡା ବିଧାନସଭା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ


ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଚଣ୍ଡ ରୌଦ୍ର ତାପ ସତ୍ବେ ମଧ୍ୟ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ର ପ୍ରଥମ ଦିନରେ ହଜାର ହଜାର ସମର୍ଥକ ଙ୍କ ଗହଣରେ ବାଲିଗୁଡା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସକାଳ ୧୧ ଟା ରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଆମ୍ବ ବଗିଚା ଠାରୁ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ, ବସଷ୍ଟାଣ୍ଡ ,ମୁଖ୍ୟ ବଜାର ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପହଞ୍ଚି ଉପ ଜିଲ୍ଲାପାଳ ତଥା ସ୍ଥାନୀୟ ନିର୍ବାଚନ ଅଧିକାରୀ ରିନା ପ୍ରଧାନ ଙ୍କ ନିକଟରେ ୩ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ପ୍ରାର୍ଥୀ ପତ୍ର ଦାଖଲ ସମୟରେ କନ୍ଧମାଳ ଲୋକସଭା ପ୍ରାର୍ଥୀ ଅମିର ଚାନ୍ଦ ନାୟକ , ପୂର୍ବତନ ଜିଲ୍ଲା ସଭାପତି ଅନାମ ଚରଣ ନାୟକ, କୋଟଗଡ ଜିଲ୍ଲା ପରିଷଦ ସଦସ୍ୟ ଜିରିମୟ ସୁନା ମାଝି , ବ୍ଲକ ଅଧକ୍ଷ ପିଙ୍କି କହଁର, ,ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟ ,ସୀତାରାମ ପଣ୍ଡା, ରାମକୃଷ୍ଟ ପାଢୀ , ମନୋଜ ଆଚାର୍ଯ୍ୟ ,ପ୍ରଫୁଲ ଦାସ, ହୀରାସିଂ ମଣ୍ଡଳ ,ଏନଏସି ସଭାପତି ସ୍ୱପ୍ନେଶ୍ଵର ସାହୁ , ବ୍ଲକ ସଭାପତି, ସରୋଜ ବେହେରା ମାଝି, ଜିତେନ୍ଦ୍ର ଦିଗାଲ, ଗିରୀଶ ପରାସେଠ , ଆକାଶ ପ୍ରଧାନ,ଜିଲ୍ଲା ଉପ ସଭାପତି ମାର୍ଥିନ ବଳିୟାରସିଂ, ଯୁବ କଂଗ୍ରେସ ର ରୋମ୍ୟଜିତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ରାଜ୍ୟ ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପ୍ରିଲ ୨୬ ରୁ ମେ ୩ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମେ ୪ରେ ଯାଞ୍ଚ , ମେ ୬ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ସମୟ ସୀମା ରହିଛି । ମେ ୨୦ ରେ ଭୋଟ ଗ୍ରହଣ ହେବ ।