Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡହଡ଼ହ ଖରାକୁ ନାହିଁ ଖାତିର  ଜମୁଛି ନିର୍ବାଚନ ପ୍ରଚାର  । ବିଜେଡି ର କର୍ମୀ ସମ୍ମିଳନୀ।

ହାଟଡିହି : ଟିକଟ ପାଇବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ। ଆଜି ୩ନମ୍ବର ଜୋନ ବେଲବାହାଳି ଠାରେ ୫ଟି ପଞ୍ଚାୟତର ୪ହଜାରରୁ ଅଧ‌ିକ କର୍ମୀ ଯୋଗଦେଇ ବିଧାୟକ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠି ସମସ୍ତ କର୍ମୀଙ୍କ ନିକଟରେ ଭୋଟ୍ ଭିକ୍ଷା କରିଥିଲେ। ଉକ୍ତ ସଭାରେ ଘସିପୁରାର ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରୟଣ ପାତ୍ର ଯୋଗ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଶତାଧିକ ଲୋକ ଏବଂ ପୂର୍ବତନ ସ୍ବାଧୀନ ଜିଲ୍ଲା ପରିଷଦଙ୍କ ବଡ଼ ପୁଅ ଅନିଲ ସାହୁ, ଯୁବ ସଂଗଠକ ମଇନ ସାହୁ, ତାପସ ଜେନା, ରାମଚନ୍ଦ୍ର ସାହୁ, ଅଜିତ୍ ନାହାକ ଓ ଶତାଧ‌ିକ ଯୁବଗୋଷ୍ଠୀଙ୍କ ସହ ଏକ ଶୋଭାଯାତ୍ରାରେ ଆସି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠି ଏବଂ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେଡି ଦଳରେ ସାମିଲ ହୋଇଥିଲେ। ସଭାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଜେନା ଏବଂ ବେଲବାହାଳି ସାସାଇଟି ସଭାପତି ପଦ୍ମଲୋଚନ ସାହୁ ମଞ୍ଚ ପରିଚାଳନା କରିବା ସ‌ହ ଆନନ୍ଦପୁର ନିର୍ବାଚନମଣ୍ଡଳୀ ପାଇଁ ଅଭିମନ୍ୟୁ ସେଠୀଙ୍କୁ ବହୁ ଭୋଟରେ ଭୋଟ୍ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଯୁବନେତା ଦେବପ୍ରିୟ ପାତ୍ର ଏବଂ ଆନନ୍ଦପୁର ବ୍ଲକ ଅଧ୍ଯକ୍ଷା ଅଞ୍ଜନା ବାରିକ, ପୂର୍ବତନ ଅଧ୍ଯକ୍ଷା ଗୀତାଞ୍ଜଳି ସାହୁ, ବାଇଲୋ ସରପଞ୍ଚ କଳ୍ପନା ନେଲା, ହରିଡାପାଳ ମିନତୀ ମହାରଣା, ପଞ୍ଚୁପଲ୍ଲୀ ସରପଞ୍ଚ ଟିକୁନ ପାଢ଼ୀ, ଜଳସୁଆଁ ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ମହାପାତ୍ର ଏବଂ ପାଞ୍ଚ ପଞ୍ଚାୟତର ବରିଷ୍ଠ ନେତା କର୍ମୀମାନେ ଯୋଗ ଦେଇଥିଲେ।