Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ବାହାସ୍ପୋଟ ମାରୁଛନ୍ତି ପ୍ରଣବ – ରବି ନାୟକ

ସମ୍ବଲପୁର(କୁଚିଣ୍ଡା):ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସତକୁ ସାମ୍ନା ନ କରି ମିଛର ପ୍ରହେଳିକା ତିଆରି କରୁଛନ୍ତି । ବିଜେଡିର ବିଭ୍ରାନ୍ତିକର ମନ୍ତବ୍ୟ ଲୋକଙ୍କୁ ବୋକା ବନାଇ ପାରିବ ନାହିଁ । ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । କେନ୍ଦୁପତ୍ର ତୋଳାଳୀଙ୍କ ପେଟକୁ ଲାତ ମାରି ସମାଜିକ ସୁବିଧାକୁ ସଙ୍କୁଚିତ କରି ବିଜେଡି ନେତା ବାହାସ୍ପୋଟ ମାରୁଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କହିଛନ୍ତି କୁଚିଣ୍ଡା ବିଧାନସଭାର ବିଧାୟକ ପ୍ରାର୍ଥୀ ରବି ନାଏକ ।
କେନ୍ଦୁପତ୍ର ତୋଳାଳୀଙ୍କୁ ସାମାଜିକ କଲ୍ୟାଣ ଯୋଜନାରେ ଯାହା ସବୁ ସୁବିଧା ସୁଯୋଗ ଘୋଷଣା କରିଥିଲେ ତାକୁ ବିଜେଡି ସରକାର ସଙ୍କୁଚିତ କରି ଚାଲିଛନ୍ତି । ମହାମାରୀ କରନା ସମୟରେ ତୋଳାଳି,ବନ୍ଧାଳି ଓ ସିଜିନାଲ ଷ୍ଟାଫଙ୍କୁ ଦିଆଯାଉଥିବା ବୋନସ ଓ ପ୍ରୋତ୍ସାହନ ରାଶିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇଥିଲେ। ତୋଳାଳୀ ପୁଅ ଝିଅଙ୍କୁ ଶିକ୍ଷା ସହାୟତା, ଝିଅ ବାହାଘର ସହାୟତା ଓ ଚିକିତ୍ସା ସହାୟତାକୁ ବନ୍ଦ କରିଦେଇଛନ୍ତି। ନିଜ ଦୋଷ ଦୁର୍ବଳତା ଓ ଅପାରଗତା କୁ ଲୁଚେଇବା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦି ପଳାୟନପନ୍ଥୀ ସାଜିଛନ୍ତି। ବିଜେଡ଼ି ସରକାର କେନ୍ଦପତ୍ର ତୋଳାଳୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ୧୮% ଜିଏସଟି ରୁ ରାଜ୍ୟର ଭାଗ ୯% ଅର୍ଥ ପ୍ରଥମେ କେନ୍ଦୁପତ୍ର ତୋଳାଳୀ ସାମାଜିକ କଲ୍ୟାଣ ପାଣ୍ଠିରେ ପ୍ରଦାନ କରି ତାଙ୍କ ଆନ୍ତରିକତା ପ୍ରଦର୍ଶନ କରନ୍ତୁ । ଦୋଷ ଦିଆ ଖେଳ ବନ୍ଦ କରି କେନ୍ଦୁପତ୍ର ତୋଳାଳୀଙ୍କ ଶୋଷଣ ବନ୍ଦ କରିବା ପାଇଁ ଶ୍ରୀ ନାଏକ ଦାବୀ କରିଛନ୍ତି ।
ଓଡ଼ିଶାର ଅର୍ଥ ମନ୍ତ୍ରୀ ଓ ସଚିବ ଗରିବ କେନ୍ଦୁ ପତ୍ର ତୋଳାଳୀଙ୍କ ସ୍ୱାର୍ଥ ପାଇଁ ସଠିକ ଦାବି ଉପସ୍ଥାପନ କରି ନଥିବାରୁ ଆଜି କେନ୍ଦୁ ପତ୍ର ତୋଳାଳୀ ମାନଙ୍କୁ ଟିକସ ଦେବାକୁ ପଡ଼ୁଛି । ଦେଶର ଅନ୍ୟାନ୍ୟ ରାଜ୍ୟରେ କେନ୍ଦୁପତ୍ରରୁ ସଂଗୃହିତ ଲାଭାଂଶର ଶତ ପ୍ରତିଶତଲାଭାଂଶକୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ଭିତରେ ବାଂଟି ଦେଉଥିବାବେଳେ ଓଡିଶା ସରକାର ଲାଭାଂଶର ମାତ୍ର ୨୫ ଭାଗ ବୋନସ ଦେଉଛନ୍ତି । ଏହା ଦ୍ୱାରା କେନ୍ଦୁପତ୍ର ତୋଳାଳି ଅନେକ କ୍ଷତି ସହୁଛି । କେନ୍ଦୁପତ୍ର ଉପରେ ଲାଗୁ GST ୧୮% କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର କେବଳ ଚିଠି ଲେଖିଦେଇ କାମ ତମାମ କରିଦେଲେ ଚଳିବ ନାହିଁ, ବିଧିବଦ୍ଧ ଭାବରେ GST କାଉନ୍ସିଲ ରେପ୍ରସ୍ତାଵ ଆଣିଲେ କେନ୍ଦ୍ର ସରକାର ବିଚାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ବ୍ୟକ୍ତ କରିଥିଲେ । ଦୁଃଖ ଓ ଦୁର୍ଭାଗ୍ୟର କଥା ରାଜ୍ୟ ବିଜେଡି ସରକାର କେନ୍ଦୁପତ୍ର ଉପରେ ଜିଏସଟି କୁ ନେଇ ଅଯଥା ରାଜନୀତି କରୁଛନ୍ତି।
୨୦୧୪ ପୂର୍ବରୁ ଲଘୁ ବନଜାତ ଦ୍ରବ୍ୟ ମହୁଲ, କେନ୍ଦୁପତ୍ର, ଝୁଣା, ହରିଡ଼ା, ବାହାଡ଼ା ଆଦିର ଉଚିତ ମୂଲ୍ୟ ନ ପାଇ ଶୋଷଣର ଶିକାର ହେଉଥିଲେ। ବାକି ବନଜାତ ଉତ୍ପାଦକୁ ଶାଗ ମାଛ ଦରରେ କିଛି ଲୋକ କିଣୁଥିଲେ ଆଉ ଆଦିବାସୀମାନଙ୍କୁ କିଛି ମିଳୁ ନ ଥିଲା । ନରେନ୍ଦ୍ର ମୋଦୀ ଏହାକୁ ବଦଳାଇଲେ ଏବଂ ଆଜି ପ୍ରାୟ ୯୦ ବନଜାତ ଉତ୍ପାଦକୁ ଏମଏସପି ପରିସରକୁ ଅଣା ଯାଇ ସାରିଛି । ଆଦିବାସୀ ମାନଙ୍କୁ ବିଭିନ୍ନ ଲଘୁ ବନ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ସହାୟତା ପାଇଁ ପ୍ରାୟ ୫୦ କୋଟି ଟଙ୍କା ସହାୟତା ଦିଆ ଯାଇଛି। ଏହା ଛଡ଼ା ଏହି ଦ୍ରବ୍ୟ ଗୁଡ଼ିକର ବଜାର ସୃଷ୍ଟି ପାଇଁ ୮.୨୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ବୋଲିଶ୍ରୀ ନାଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।