Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ ଡ୍ରାଇଭର ଓ ହେଲପର ମୃତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର – ବଲାଙ୍ଗୀର ଜାତୀୟ ରାଜପଥ-୫୭ର ହରଡ଼ଖୋଲ ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଟ୍ରକ୍ ପଛପଟେ ଧକ୍କା ଦେବାରୁ ଦୁର୍ଘଟଣା ସ୍ଥଳରେ ହିଁ ବସ ଡ୍ରାଇଭର ଓ ହେଲପରଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଡ୍ରାଇଭର ଦମ୍ବରୁଧର ସ୍ୱାଇଁ ଓ ହେଲପର ଶିବ୍ରମ ଗୌଡ଼। ଆଜି ସକାଳ ଭୋର ସମୟରେ ପ୍ରଧାନ ନାମକ ଘୋରୋଇ ଯାତ୍ରୀବାହୀ ବସ୍‌ ଜୟପୁରରୁ କଟକ ଅଭିମୁଖେ ଯାଉଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ବସ୍‌ଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ବସ ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିବା ବେଳେ ସୌଭାଗ୍ୟ ବଶତଃ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ