Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ସାହିର ହାଇସ୍କୁଲରେ ସମ୍ବର୍ଦ୍ଧନା ସଭା

ସମ୍ବଲପୁର:ଜୁଯୋମୁରା ବ୍ଲକ ଘେନୁପାଲି ପଞ୍ଚାୟତ ବଡ଼ସାହିର ହାଇସ୍କୁଲ ଠାରେ ଆଜି ବଡ଼ସାହିର ହାଇସ୍କୁଲ ଉନ୍ନୟନ କାର୍ଯ୍ୟରେ ଯୋଗଦାନ ଥିବା ସଦସ୍ୟଙ୍କୁ ନେଇ ଏକ ମିଳନ ପର୍ବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ନାୟକଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସଭାରେ ଘେନୁପାଲି ସରପଞ୍ଚ ଜଗତ ମିର୍ଦ୍ଧା ମୁଖ୍ୟ ଅତିଥି, କବି ଗଙ୍ଗାଧର ବଘାର ମୁଖ୍ୟ ବକ୍ତା ଥିଲାବେଳେ ଶିକ୍ଷକ ଯୁଗଳ କିଶୋର ନାୟକ ସଭାର ଉଦ୍ଦେଶ୍ୟ ପ୍ରକାଶ କରିଥିଲେ lସଭାରେ ସାମ୍ବାଦିକ ରାଧାମୋହନ ଷଡଙ୍ଗୀ ସଭାପତିତ୍ୱ କରିଥିଲେ। ବଡ଼ସାହିର ପରି ଅକ୍ଷ୍ୟାତ ପଲ୍ଲୀରେ ଗଢି ଉଠିଥିବା ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଟି ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ବୃନ୍ଦଙ୍କ ଅକୁଣ୍ଠ ନିସ୍ଵାର୍ଥପର ସାହାଯ୍ୟ ସହଯୋଗ ରେହିଁ ଆଜି ତିଷ୍ଠି ରହିଥିବାରୁ ସେହି ଦାତା ମାନଙ୍କୁ ସ୍ମରଣ ପୂର୍ବକ ତାଙ୍କୁ ଓ ତାଙ୍କର ଦାୟାଦ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସ୍କୁଲ ନିର୍ମାଣ ପାଇଁ ଜମି ଦାନ କରିଥିବା କିଆ ବେହେରାଙ୍କ ଦାୟାଦ ଅଜିତ ବେହେରା, ଖେଳପଡିଆ ପାଇଁ ଜମି ଦାନ କରିଥିବା ଈଶ୍ୱର ଦେହେରି, ସ୍କୁଲ ତୋରଣ କରିଥବା ଜୟକୃଷ୍ଣ ବେହେରା ଙ୍କ ଭାଇ କାମ୍ପଲ ବେହେରା, ବିଭିନ୍ନ ଉନ୍ନୟନ କାମରେ ଆଗଭର ହେଉଥିବା ୱାର୍ଡ ସଭ୍ୟା ଲଳିତା ଷଡ଼ଙ୍ଗୀ, ଉଜ୍ବଳ ମହାକୁର,ଅନନ୍ତ ବେହେରା, ଅମରେଶ ପଧାନ, ପରାମର୍ଶ ଓ ଦିଗଦର୍ଶନ ଦେଉଥିବା ଗଙ୍ଗାଧର ବଘାର ଏବଂ ସମାଜସେବୀ ସାମ୍ବାଦିକ ରାଧାମୋହନ ଷଡ଼ଙ୍ଗୀ ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା ସମସ୍ତ କମିଟି ସଦସ୍ୟ ସମ୍ମନ୍ୱୟ ରଖି ଉନ୍ନତି ଚିନ୍ତା କଲେ ସବୁକିଛି ସମ୍ଭବ ହୋଇପାରିବ ବୋଲି ସଭାପତି ତାଙ୍କ ଅଭିଭାଷଣ ରେ କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ବେହେରା, ନଳିନୀ କୁଆଁର,ରୀନା ବେହେରା, ବିଭୁତି ବେହେରା ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ