Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗ୍ନିକାଣ୍ଡରେ 4 ପରିବାର ର 8 ବଖରା ପୋଡି ପାଉଁଶ

ବେଲଗୁଣ୍ଠା -୨୯/୪-ବେଲଗୁଣ୍ଠା ବ୍ଳକ ଇଙ୍ଗିନାଠି ପଞ୍ଚାୟତର ସାରିଆ ପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୪ ପରିବାର ସର୍ବସ୍ବାନ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ,ଆଜି ଦିନ ଦୁଇଟା ବେଳେ ସାରିଆପଲ୍ଲୀ ବଡ଼ଦାଣ୍ଡ ସାହିର ବିଦ୍ୟାଧର ଲେଙ୍କାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ତାଙ୍କ ଘରୁ ନିଆଁ ବ୍ୟାପି ପଡୋଶୀ ଘର ଅଭିରାମ ରାଉତ, ହରିହର ରାଉତ,ଶାନ୍ତିଲତା ରାଉତ ଙ୍କ ଘରେ ନିଆଁ ଲାଗି ସମସ୍ତ ପରିବାରର ଦୁଇ ବଖରା ଲେଖାଏଁ ଜଳି ଯାଇଥିଲା ।ଫଳରେ ଚାରି ପରିବାର ଏହି ବର୍ଷ ଅମଳ କରିଥିବା ଧାନ, ଚାଉଳ ଓ ମୁଗ ସହିତ ବିଭିନ୍ନ ଆସବାବପତ୍ର ଏବଂ ଲୁଗାପଟା ଜଳିପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।ଖବର ପାଇ ଭଞ୍ଜନଗର ରୁ ଦୁଇଟି ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡି ନ ଥିଲେ ମଧ୍ୟ,ଚାରି ପରିବାର ଚାଷୀ ପରିବାରର ହୋଇଥିବା ଯୋଗୁଁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ