ସମ୍ବଲପୁର:ସମ୍ବଲପୁର ଜିଲ୍ଲା ହୀରାକୁଦ ସ୍ଥିତ ନୂଆଁଜାମଡାରେ ଗଣ୍ଡ ସାଂସ୍କୃତିକ ସମାଜର ଲୋକଙ୍କୁ ନେଇ ବିରାଟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ୱଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏବଂ ବିଧାୟକ ପ୍ରାର୍ଥୀ ଇଂ. ରୋହିତ ପୂଜାରୀ ଯୋଗଦେଇଥିଲେ । ସମ୍ମିଳନୀରେ ଶହଶହ ସଂଖ୍ୟାରେ ଆଦିବାସୀ ଗଣ୍ଡ ସମାଜର ମହିଳା, ଯୁବକ ଏବଂ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ସଭାରେ ଉଦବୋଧନ ଦେଇ ପ୍ରଣବ ପ୍ରକାଶ କହିଥିଲେ ଆଦାବାସୀମାନେ ହେଉଛନ୍ତି ଏ ଅଞ୍ଚଳର ପ୍ରକୃତ ବାସିନ୍ଦା । ଆଦିକାଳରୁ ସମୟଚକ୍ର ସହିତ ନିଜକୁ ଖାପଖୁଆଇ ରହିଆସୁଛନ୍ତି । ଏ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରା, ରୀତିନିତୀ, ଚାଲିଚଲଣି, ବେଷଭୂଷା, କଳା ଓ ସଂସ୍କୃତି ସାରା ବିଶ୍ୱବିଦିତ । ତେଣୁକରି ଆଦିବାସୀମାନଙ୍କ ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ତତ୍ପର ଅଛନ୍ତି । ଜନଜାତିମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି କରିଛନ୍ତି । ଯେଉଁ ପାଣ୍ଠିର ମାଲିକ କେବଳ ଆପଣମାନେ । ଏହି ପାଣ୍ଠିରୁ ଅନୁଦାନ ଖର୍ଚ୍ଚକରି ଆଦିବାସୀଙ୍କ ସାମାଜିକ ସୁରକ୍ଷା, ଲୋକସଂସ୍କୃତି ର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପ୍ରକଳ୍ପମାନ କରାଯାଉଛି । କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ କେନ୍ଦ୍ର ସରକାର ୧୮ ପ୍ରତିଶତ ଜିଏସଟି ଲଗେଇଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଆଣୁଥିବା ଜିଏସଟି ଫେରାଇ ଦେଉଛନ୍ତି । କେନ୍ଦ୍ର ସରକାର ବର୍ଷକୁ ଏଇଠାରୁ ୫ ହଜାର କୋଟି ଟଙ୍କା କେବଳ ସେସ୍ ନେଉଛନ୍ତି । ଓ ଖର୍ଚ୍ଚ କରୁଛନ୍ତି ଅନ୍ୟ ରାଜ୍ୟରେ । ପୂର୍ବରୁ ବିଜେପି ଦଳର ଯେଉଁ ପ୍ରାର୍ଥୀଙ୍କୁ ଭୋଟଦେଇ ଆପଣ ବିଧାୟକ ଓ ସାଂସଦ କରିଥିଲେ । ୫ ବର୍ଷ ହେଲା ସେମାନଙ୍କର ଦେଖାନାହିଁ । ସେମାନେ ଆପଣମାନଙ୍କ ପାଇଁ କିଛି ଚିନ୍ତା କଲେନି । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ସବୁବେଳେ ଚିନ୍ତା କରନ୍ତି । ତେଣୁକରି ଏଥର ସମ୍ୱଲପୁର ସଂସଦୀୟ କ୍ଷେତ୍ରରେ କାମ କରିବାକୁ ମତେ ପଠାଇଛନ୍ତି । ସ୍ୱର୍ଣ୍ଣାଭ ସ୍ୱପ୍ନ ଦେଖାଇ ଆପଣଙ୍କ ଠାରୁ ଭୋଟ ନେଇ ଠକିଥିବା ନେତାମାନଙ୍କୁ ଜବାବ ଦେବାର ସମୟ ଆସିଛି । ଆସନ୍ତା ୨୫ ତାରିଖରେ ଯୋଡି ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ବିକାଶ ବିରୋଧୀ ନେତାଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରଣବ ପ୍ରକାଶ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ରାକ୍ଷୀ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଗଣ୍ଡ ସାଂସ୍କୃତିକ ସମାଜର ଲୋକଙ୍କୁ ନେଇ ବିରାଟ ସମ୍ମିଳନୀ
