Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କିଏ ପଡ଼ିଲା ବାଦ୍, କାହାକୁ  ମିଳିଲା ସ୍ଥାନ,

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆମେରିକା ଓ ଓ୍ଵେଷ୍ଟଇଣ୍ଡିଜରେ ଜୁନ ମାସରେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ଵକପ୍ ପାଇଁ ମନୋନୟନକାରୀ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ଅଜିତ ଅଗରକରଙ୍କ ନେତୃତ୍ଵାଧୀନ ଚୟନ କମିଟି ରୋହିତଙ୍କ ନେତୃତ୍ଵାଧୀନ ଭାରତୀୟ ଦଳରେ ଓ୍ଵିକେଟ୍ କିପର ବ୍ୟାଟର ଭାବେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିଛନ୍ତି। କେଏଲ ରାହୁଲଙ୍କୁ ନିରାଶ ହେବାକୁ ପଡ଼ିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ ଅଧିନାୟକଙ୍କୁ ଉପଅଧିନାୟକ ପରି ଗୁରୁ ଦାୟିତ୍ଵ ଦିଆଯାଇଛି। ରିଜର୍ଭ ଖେଳାଳି ଭାବେ ୪ ଜଣ  ଖେଳାଳି ଦଳ ସହ ଯାତ୍ରା କରିବେ। ଶୁଭମନ ଗିଲ୍‌ଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ରଖାଯାଇଛି।

ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ସହିତ ବ୍ୟାଟର ଭାବେ ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଓ୍ଵିକେଟ୍ କିପର ବ୍ୟାଟର ଭାବେ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ଚୟନ ହୋଇଛି। ଉଭୟ ଖେଳାଳି ଆଇପିଏଲ୍ ୨୦୨୪ରେ ଦମଦାର ପ୍ରଦର୍ଶନ କରିଛନ୍ତି। ତେବେ କେଏଲ ରାହୁଲଙ୍କୁ ବାଦ୍ ଦିଆଯାଇଛି। ଅନ୍ତର୍ଜାତୀୟ ଟି-୨୦ରେ ଦମଦାର ପ୍ରଦର୍ଶନ ସତ୍ତ୍ଵେ ରାହୁଲଙ୍କୁ ନିରାଶ ହେବାକୁ ପଡ଼ିଛି।   ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭରସା ପ୍ରକାଶ କରିବା ସହ ଉପ ଅଧିନାୟକ ଦାୟିତ୍ଵ ଦେଇଛି।  

ଆଶାନୁରୂପ ଭାବେ ଚୟନକର୍ତ୍ତା ଶିବମ ଦୁବେଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ନିଜର ସ୍ଥାନ ବଜାୟ ରଖିଛନ୍ତି।  ଅକ୍ଷର ପଟେଲଙ୍କୁ ୧୫ ଜଣିଆ ଦଳରେ ରଖାଯାଇଛି। ସ୍ପିନ ଯୋଡ଼ି ଭାବେ କୁଲଚା ଯୋଡ଼ି ଭାବେ ପରିଚିତ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରାଙ୍କ ସହ ଅର୍ଶଦୀପ ସିଂ ଓ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି।

ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ                                                              

ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ),  ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ମହମ୍ମଦ ସିରାଜ।  

ରିଜର୍ଭ ଖେଳାଳି- ଶୁଭମନ ଗିଲ୍, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଓ ଅଭେଶ ଖାନ  

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ