ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ : ପଞ୍ଚମ ଦିନରେ ତିନି ଜଣ ପ୍ରାର୍ଥୀପତ୍ର ଦାଖଲ କଲେ : କଂଗ୍ରେସ ରୁ ପ୍ରଫୁଲ , ଆପରୁ ଯୌବନ ଓ ବିଏମପି ରୁ ପ୍ରଦୀପ ନାମାଙ୍କନ ଭରିଲେ ।


ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ଵିତୀୟ ପର୍ଯ୍ୟାୟ ର ପଞ୍ଚମ ଦିନରେ ତିନି ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପ୍ରବଳ ରୌଦ୍ରତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଶୋଭାଯାତ୍ରା ଓ ପଟୁଆର କରି କନ୍ଧମାଳ ଜିଲ୍ଲା ଜି ଉଦୟଗିରୀ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଆମ ଆଦମୀ ପାର୍ଟି ପକ୍ଷରୁ ଯୌବନ ମଲ୍ଲିକ ଓ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ପ୍ରଦୀପ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ସ୍ଥାନୀୟ ହନୁମାନ ମନ୍ଦିର ନିକଟରୁ ହଜାର ହଜାର ସମର୍ଥକଙ୍କୁ ନେଇ ସ୍ଥାନୀୟ ବସଷ୍ଟାଣ୍ଡ , ବଜାର ଦେଇ ଆଇଟିଡିଏ କାର୍ଯ୍ୟାଳୟ ରେ ପହଞ୍ଚି ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ନିକଟରେ ୪ ସେଟ ପ୍ରାର୍ଥୀ ପତ୍ର ନାମାଙ୍କନ ଦାଖଲ କରିଥିଲେ । ପ୍ରାର୍ଥୀ ପତ୍ର ଦାଖଲ ସମୟରେ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା ,ରାଇକିଆ ଜିଲ୍ଲା ପରିଷଦରୁ ସତ୍ୟବାନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ ଯୌବନ ମଲ୍ଲିକ ଓ ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ପ୍ରଦୀପ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l