Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଆ ଅସ୍ମିତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ପାଇଁ କ’ଣ କରିଛନ୍ତି ? ଖୋଲା ଚ୍ୟାଲେଞ୍ଜ କଲେ ଡଃ.ଲେଲିନ୍ ମହାନ୍ତି

ସମ୍ବଲପୁର: ବାରମ୍ବାର ଓଡିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଲୋକଙ୍କ ନିକଟତର ହେବାର ନାଟକ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅସଲ ମୁଖା ଖୋଲିଲେ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି । ଧର୍ମେନ୍ଦ୍ରଙ୍କୁ ଡ. ଲେନିନ୍ ମହାନ୍ତିଙ୍କ ଖୋଲା ଚ୍ୟାଲେଞ୍ଜ, ଯଦି ସତ୍ ସାହାସ ଅଛି ଉତ୍ତର ଦିଅ । କେନ୍ଦ୍ରରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ସମୟରେ ଓଡିଆଙ୍କ ପାଇଁ କଣ କାମ କରିଛ । କେତେ ଓଡିଆ ଯବୁକଙ୍କୁ ନିଯୁକ୍ତି ଦେଇଛ । ଏଭଳି କଡା ପ୍ରଶ୍ନବାଣରେ ଧର୍ମେନ୍ଦ୍ରଙ୍କୁ ଘେରିଥିବାବେଳେ ଓଡିଆଙ୍କ ପ୍ରତି କେତେ ଦରଦ ଅଛି ତାହାର ଚିତ୍ର ଦେଖାଇଛନ୍ତି ।
ସମ୍ବଲପୁର ସ୍ଥିତ ପାନ୍ଥନିବାସରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଡ. ଲେନିନ୍ ମହାନ୍ତି ପ୍ରତିକ୍ରିୟା ଦେବା ସମୟରେ ସେ କହିଛନ୍ତି ଯେ ବିଭିନ୍ନ ସମୟରେ ଓଡିଆ ଅସ୍ତିତ୍ୱ, ଓଡିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଉଥିବା ଧର୍ମେନ୍ଦ୍ର ପ୍ରଧାନ ବାବୁ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଓଡିଆ ଯୁବକମାନଙ୍କୁ ଉପେକ୍ଷା କରିଛନ୍ତି କି ନାହିଁ । ଆପଣଙ୍କୁ ଉତ୍ତର ଦବାକୁ ପଡିବ । ଯେତେବେଳେ ଓଡିଆ ଅସ୍ମିତାର କଥା ଉଠୁଛି ଆପଣ ଯାହା କହୁଛନ୍ତି ତାହା କେବେ କରିନାହାନ୍ତି । ଯେତେବେଳେ ଓଡିଶାବାସୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତ୍ୟାକ୍ଷିତ କଲେ ଦୌଡି କି ଗଲେ ଆଗ ବିହାର ପରେ ଏମପି । ଏଥିପାଇଁ ଓଡିଶା ଉପରେ ତାଙ୍କର ଏତେ ରାଗ ଅଛି ଯେ ଆଇଓସିଏଲର ଦାୟିତ୍ୱରେ ଥିବା ସମୟରେ ଓଡିଆ ଯୁବକଙ୍କୁ ନିଯୁକ୍ତି ଦେଲେନି । ବିହାର ଓ ମଧ୍ୟପଦେଶ ର ଯବୁକମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାପରେ ସେ ଯେହେତୁ ଉତ୍ତରପ୍ରଦେଶର ପ୍ରଭାରୀ ଥିଲେ । ୟୁପିର ଯୁବକ ମାନଙ୍କୁ ସେଠାରେ ନିଯୁକ୍ତି ଦେଲେ । ଏଠାରେ ଡ. ଲେନିନ୍ ମହାନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଯଦି ସତ୍ ସାହାସ ଅଛି ଆସନ୍ତାକାଲି ସମ୍ବଲପୁରରେ ନାମାଙ୍କନ ପାତ୍ର ଦାଖଲ କରିବା ପୂର୍ବରୁ କେତେ ଓଡିଆ ଯବୁକଙ୍କୁ ଆଇଓସିଏଲରେ ନିଯୁକ୍ତି ଦେଇଛ ତାର ଏକ ତାଲିକା ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରନ୍ତୁ ବୋଲି କହିଛନ୍ତି । ଯେହେତୁ ଓଡିଶା ପ୍ରତି ଧର୍ମେନ୍ଦ୍ରଙ୍କ ପ୍ରବଳ ରାଗ ଥିଲା ତେଣୁକରି ଓଡିଶାର ଯୁବକମାନେ କେମିତି ଉପେକ୍ଷିତ ହେବେ ସେଥିପାଇଁ କାମ କରୁଥିଲେ । ସେହିଭଳି ଧର୍ମେନ୍ଦ୍ର ପ୍ରଧାନ ଯେତେବେଳେ ପେଟ୍ରୋଲିୟମ ମନ୍ତ୍ରୀ ଥିଲେ । ସେହି ବିଭାଗରୁ ମିଳୁଥିବା ସିଏସଆର ଫଣ୍ଡ ଦେବାରେ ମଧ୍ୟ ଓଡିଶାକୁ ଅଣଦେଖା କରିଥିଲେ । ସିଏସଆର ଫଣ୍ଡ ଦେବା ସମୟରେ ଓଡିଶାର ଅସ୍ମିତା କଥା ମନେପଡିଲାନି, ବିହାର ପ୍ରତି ଥିବା ପ୍ରେମ ମନେପଡିଲା କି ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ଥାଇ ଓଡିଶା ପାଇଁ କିଛି କରିବାକୁ ସୁଯୋଗ ଥିବା ସମୟରେ କରିପାରିଲେନି । କିନ୍ତୁ ଏବେ ବାହସ୍ଫୋଟ ମାରୁଛନ୍ତି । ନିଜ ଅଞ୍ଚଳରେ ଫୁଟ ଓଭର ବିଜ୍ରଟିଏ କରିପାରୁନଥିବା ଧର୍ମେନ୍ଦ୍ର ପ୍ରଧାନଙ୍କର ଦକ୍ଷତା କେତେ ତାହା ଏଥିରୁ ସ୍ପଷ୍ଟ ହେଉଛି ସେ ସମ୍ବଲପୁରବାସୀ ଙ୍କ ପାଇଁ କଣ କରିପାରିବେ । ଏନଏଚ – ୫୫ ପ୍ରସଙ୍ଗରେ ପୂର୍ବରୁ ବାହାବା ନେଉଥିଲେ । ଏବେ କିନ୍ତୁ ଏନଏଚ – ୫୫ ର କାମ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ଭଳି ବିଳମ୍ବ ହେଉଛି । ତେଣୁକରି ପୂର୍ବରୁ ବାହାବା ନେଉଥିବା ବ୍ୟକ୍ତି ଏବେ କହୁଛନ୍ତି ମୁଁ ରାସ୍ତା ବିଭାଗର ମନ୍ତ୍ରୀ ନୁହେଁ ବୋଲି । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସମ୍ବଲପୁରବାସୀଙ୍କ ଅବଦାନ ଅନେକ । କିନ୍ତୁ ଓଡିଶାକୁ ଉପେକ୍ଷିତ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ବୁଲିବୁଲି ସମ୍ବଲପୁରରେ ନିର୍ବାଚନ ଲଢିବାକୁ ଭୋଟ ଭିକ୍ଷା କରୁଛନ୍ତି । ସମ୍ବଲପୁର ଅଞ୍ଚଳର ବାମରାକୁ ଯାଇ ଧର୍ମେନ୍ଦ୍ର ବାବୁ ଭୋଟ ମାଗୁଛନ୍ତି । କିନ୍ତୁ ବାମରାରେ ଥିବା ରେଳ ଷ୍ଟେସନର ଦୁର୍ଗତି ବିଷୟରେ କେବେ ଥରେ ହେଲେ ଚିନ୍ତା କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଡ. ଲେନିନ୍ ମହାନ୍ତି । ସମ୍ବଲପୁରବାସୀ ଜ୍ଞାନୀଗୁଣି ଲୋକ । ତେଣୁକରି ଏ ବ୍ୟକ୍ତିଙ୍କୁ ଜାଣି ରଖନ୍ତୁ ଏବଂ ଉଚିତ ସମୟରେ ଉଚିତ ଜବାବ ଦିଅନ୍ତୁ ବୋଲି ସେ ଗଣମାଧ୍ୟମ ଜରିଆରେ ସମ୍ବଲପୁରବାସୀ ଙ୍କୁ ନିବେଦନ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ