ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ : ବିରାଟ ପଟୁଆରରେ ଆସି ନାମଙ୍କନ ଦାଖଲ କାଲେ ଉପବାଚସ୍ପତି ସାଲୁଗା ପ୍ରଧାନ


ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ ରେ ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ହନୁମାନ ମନ୍ଦିର ନିକଟ ବଗିଚାରୁ ପାରମ୍ପରିକ ବାଦ୍ୟ ,ନୃତ୍ୟ ଓ ସଙ୍ଗୀତରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜି.ଉଦୟଗିରି ,ରାଇକିଆ ,ଦାରିଙ୍ଗବାଡି ଓ ଟିକାବାଲି ବ୍ଲକ ର ହଜାର ହଜାର ସମର୍ଥକଙ୍କୁ ନେଇ ଏକ ସମଗ୍ର ସହର ପରିକ୍ରମା କରି ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ରେ ପହଞ୍ଚି ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ,ସଂଯୋଜକ କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଚତୁର୍ଥ ଥର ପାଇଁ ଟିକଟ ଦେଇଥିବାରୁ ତାଙ୍କ ଉପରେ ହଜାର ହଜାର ଲୋକଙ୍କ ଆଶା ଭରସା ରହିଛି, ଏଣୁ ଲୋକଙ୍କ ଆଶୀର୍ବାଦ ରୁ ମୁଁ ବିଜୟୀ ହେବା ସହ ୬ ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ୫-ଟି ନବୀନ ଗ୍ୟାରେଣ୍ଟି ଲୋକଙ୍କ ଆଶା ଭରସା କୁ ପୂରଣ କରିବି ବୋଲି କହିଛନ୍ତି ।