ନାମାଙ୍କନ ଭରିବାକୁ ଦୌଡ଼ି ଦୌଡ଼ି ଖୋର୍ଦ୍ଧା ଯାଉଛନ୍ତି ମନ୍ମଥ


ଭୁବନେଶ୍ବର: ବହୁ ଚର୍ଚ୍ଚିତ ତଥା ଓଡ଼ିଶାର ଅନ୍ୟତମ ହଟ୍ ସିଟ୍ ଭୁବନେଶ୍ବର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ସକାଳୁ ସକାଳୁ ମନ୍ମଥଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ଏକ ନିଆରା ଢଙ୍ଗରେ ମନ୍ମଥ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛନ୍ତି । ମନ୍ମଥ ଭୁବନେଶ୍ବରରୁ ଖୋର୍ଦ୍ଧା ଦୌଡ଼ି ଦୌଡ଼ି ନାମାଙ୍କନ ଭରିବାକୁ ଯାଉଛନ୍ତି ।

ସକାଳୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ବିଜୟ ଆଶୀର୍ବାଦ ନେଇଥିଲେ ମନ୍ମଥ । ଏହାପରେ ଖୋର୍ଦ୍ଧା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ମଜାଦାର କଥା ହେଲା, ମନ୍ମଥଙ୍କ ଏହି ଖୋର୍ଦ୍ଧା ଯାତ୍ରାରେ ସେ କୌଣସି ଗାଡି ବ୍ୟବହାର କରିନାହାନ୍ତି କି କୌଣସି ଶୋଭାଯାତ୍ରା ବି କରିନାହାନ୍ତି । ଲିଙ୍ଗରାଜ ମନ୍୍ଦିରରୁ ବାହାରିବା ପରେ ଦୌଡ଼ି ଦୌଡ଼ି ଖୋର୍ଦ୍ଧା ଯାଉଛନ୍ତି । ତାଙ୍କ ସହ ବିଜେଡିର କର୍ମକର୍ତ୍ତା ଓ କର୍ମୀମାନେ ମଧ୍ୟ ଦୌଡ଼ୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଏହି ଆସନରେ ମନ୍ମଥଙ୍କ ଟକ୍କର ବିଜେପି ଲୋକସଭା ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ହେଉଛି ।