ସମ୍ବଲପୁର: ଅଶାନ୍ତ ହୋଇପଡ଼ିଛି ସମ୍ବଲପୁର ସହର। ହନୁମାନ ଜୟନ୍ତୀ ରାଲି ସମୟରେ ୨ ଗୋଷ୍ଠୀ ମଧ୍ୟରେ ହୋଇଥିଲା ତୀବ୍ର ଉତ୍ତେଜନା। ଯାହା ଏବେ ବି ଥମିନାହିଁ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ବିଶୃଙ୍ଖଳା ସ୍ଥିତି ଏଡାଇବା ଲାଗି ଆଜି ଆଉ ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଅର୍ଥାତ ୧୭ ତାରିଖ ସକାଳ ୧୦ଟା ଯାଏ ଏହି ସେବା ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ଗୃହ ବିଭାଗ । ସୋସିଆଲ ମିଡିଆରେ ହିଂସା ସୃଷ୍ଟିକାରୀ ବାର୍ତ୍ତା ଉପରେ ରୋକ ଲଗାଇବା ପାଇଁ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନା ଅନୁଯାୟୀ ସମ୍ବଲପୁରରେ ଅନିର୍ଦ୍ଦଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ରହିଛି । ପରିସ୍ଥିିତି ଅଶାନ୍ତ ହୋଇପଡ଼ିଛି। ଶାନ୍ତି ଫେରାଇ ଆଣିବା ପାଇଁ ସବୁ ଉଦ୍ୟମ ଚାଲିଛି। । ସେପଟେ ସମ୍ବଲପୁର ହିଂସା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହୋଇଥିବା ସେ ସୂଚନା ଦେଇଛନ୍ତି । ସମ୍ବଲପୁରରେ କିଛି ଅପ୍ରିୟ ଘଟଣା ଘଟିଥିବା ସେ ସ୍ବୀକାର କରିବା ସହ ଆଇନଶୃଙ୍କଳା ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ଅଛନ୍ତି ବୋଲି ପୋଲିସ ଡିଜି କହିଛନ୍ତି । ଏଥିସହ ଗଣ୍ଡଗୋଳକାରୀଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।