Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ତାରାଙ୍କୁ ଝଟକା, ବିଜେଡିରେ ମିଶିଲେ ପ୍ରଫୁଲ୍ଲ ଭତରା

ଜୟପୁର: ଜୟପୁର କଂଗ୍ରେସ, ବିଶେଷ କରି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଲାଗିଛି ଝଟକା । କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଭତରା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ମଧ୍ୟ ହାତ ଛାଡି ଶଙ୍ଖ ଫୁଙ୍କିଛନ୍ତି ।

ସୂଚନାଯୋଗ୍ୟ, ଗତଥର ପରି ଚଳିତ ନିର୍ବାଚନରେ ମଧ୍ୟ ତାରା ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ତାରା ନିଶ୍ଚିତ ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଦଳର ଜଣେ ବରିଷ୍ଠ ନେତା ଦଳ ଛାଡିବା ତାଙ୍କୁ ସମସ୍ୟାରେ ପକାଇ ପାରେ । କାରଣ ପ୍ରଫୁଲ୍ଲ ନିଜ ଅଞ୍ଚଳରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ବ ହୋଇଥିବା ବେଳେ ଏହି ନିର୍ବାଚନରେ କଂଗ୍ରେସ ପାଇଁ ନିଜ ଅଞ୍ଚଳରେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରିଥାନ୍ତେ । ହେଲେ ବିଜେଡି ପ୍ରଫୁଲ୍ଲଙ୍କୁ ନିଜ ଦଳକୁ ନେଇ ତାରାଙ୍କ ବିଜୟ ପଥକୁ ଅଧିକ ଜଟିଳ କରି ଦେଇଛି ।