Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୫ରେ ମିଶନ ଫର ନେସନ ନେଇ ବକ୍ତବ୍ୟ ରଖିବେ ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର

ସମ୍ବଲପୁର:’ମିଶନ ଫର ନେସନ’ ଉପରେ ସମ୍ବଲପୁର ସହରରେ ହେବ ଏକ ବଡ ଆଲୋଚନା।ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟ ଶଙ୍କର ଦେବେ ଉଦବୋଧନ।ଆସନ୍ତା ୫ ତାରିଖ ସନ୍ଧ୍ୟା ୬ଟା ସମୟରେ ଦୁର୍ଗାପାଲି ରାସ୍ତାର ସମଲେଶ୍ବରୀ କଲେଜ ନିକଟରେ ଥିବା ରିଭର ଭ୍ୟୁ ହୋଟେଲରେ ଏହା ଆୟୋଜନ ହେଉଛି।ଏକ ବୁଦ୍ଧିଜୀବୀ ସମାବେଶରେ ” ମିଶନ ଫର ନେସନ” ବିଷୟ ଉପରେ ଉଦବୋଧନ ଦେବେ ବୈଦେଶିକ ମନ୍ତ୍ରୀ।
ଭାରତକୁ ବିଶ୍ବ ଦରବାରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନକୁ ଉନ୍ନୀତ କରିବାରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ କରିଥିବା ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ସମ୍ବଲପୁର ଗସ୍ତ।ଏହି ଗସ୍ତ ସମୟରେ ବଛା ବଛା ବୁଦ୍ଧିଜୀବୀ ମାନଙ୍କୁ ନିମନ୍ତ୍ରଣ କରାଯାଇଛି।ସମାବେଶକୁ ଅତ୍ୟନ୍ତ ସଫଳ ଓ ଅବିସ୍ମରଣୀୟ କରିବା ପାଇଁ ପ୍ରଯତ୍ନ କରାଯାଇ ଏହାର ସୁଫଳ ଯେମିତି ସାଧାରଣ ଜନତା ଉପରେ ପ୍ରଭାବ ପକାଇବ ସେ ଦିଗରେ ଯତ୍ନ ନିଆ ଯାଉଯାଉଛି।