ଭୁୁବନେଶ୍ୱର: ଗତକାଲି ବିଜେଡିକୁ ଡବଲା ଝଟକା ଲାଗିଥିବା ବେଳେ ଆଜି ଦଳ ପାଇଁ ଆସିଛି ଭଲ ଖବର । ଶଙ୍ଖ ଫୁଙ୍କିଛନ୍ତି ଅଭିନେତ୍ରୀ ଜିନା ସାମଲ । ଆଜି ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଜିନା ବିଜେଡିରେ ସାମିଲ ହୋଇଛନ୍ତି ।
ଦଳରେ ସାମିଲ ହେବା ପରେ ଜିନା କହିଛନ୍ତି, ୨୦୧୫ରୁ ସେ ବିଜେଡି ପାଇଁ ପ୍ରଚାର କରୁଥିଲେ । ହେଲେ କିଛି ଦିନ ପାଇଁ ବିଜେପିକୁ ଯାଇଥିଲେ । ବିଜେଡିର ସଦସ୍ୟ ହୋଇ ନିଜକୁ ଗର୍ବିତ ମନେ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ମୋତେ ଅନୁପ୍ରାଣିତ କରିଛି । ବିଜେଡିରେ ହିଁ ନାରୀଙ୍କୁ ସମ୍ମାନ ମିଳୁଛି ବୋଲି ଜିନା କହିଛନ୍ତି ।
ସେ ଏହା ମଧ୍ୟ କହିଛନ୍ତି, ବିଜେପିରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ସେ ଏହି ଦଳ ଛାଡିଛନ୍ତି । ସେ ନିଜର ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇଥିଲେ । ଇସ୍ତଫା ଦେବାର କିଛି ଘଣ୍ଟା ପରେ ବିଜେଡିରେ ସାମିଲ ହୋଇଛନ୍ତି ।