ବୈଜୟନ୍ତଙ୍କ ଆଖି ଅପରେସନ, କିଛିଦିନ କରିପାରିବେନି ପ୍ରଚାର


ଭୁବନେଶ୍ବର: କେନ୍ଦ୍ରାପଡ଼ାର ବିଜେପି ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କିଛିଦିନ କରି ପାରିବେନି ପ୍ରଚାର । ଆଖି ଅପରେସନ କାରଣରୁ ସେ ପ୍ରଚାର ମୈଦାନରୁ ଦୂରେଇ ରହିବେ । ଏନେଇ ବୈଜୟନ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ପଣ୍ଡାଙ୍କର ଆଖି ଅସ୍ତ୍ରୋପଚାର କରାଯାଇଛି । ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି । କିଛି ଦିନ ତଳେ ହଠାତ୍ ତାଙ୍କ ଆଖିରେ ସମସ୍ୟା ଅନୁଭବ କରିଥିଲେ । ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କ ଆଖିରେ ଅପରେସନ କରାଯାଇଛି ।

ସୂଚନାଯୋଗ୍ୟ, ଗତ ନିର୍ବାଚନ ପରି ଚଳିତ ନିର୍ବାଚନରେ ବୈଜୟନ୍ତ ସପକ୍ଷରେ ସେତେଟା ହାଓ୍ବା ନାହିଁ । ଏମିତି ସ୍ଥିତିରେ ବୈଜୟନ୍ତ ପ୍ରଚାର ସମୟରେ ମୈଦାନରୁ ଦୂରେଇ ରହିବା ତାଙ୍କ ପାଇଁ କେନ୍ଦ୍ରାପଡ଼ା ବିଜୟ କଷ୍ଟକର ହୋଇପାରେ ।