ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର


ଭୁବନେଶ୍ବର: ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଆଜି ଓଡ଼ିଶା ଆସୁଛନ୍ତି । ପହଞ୍ଚିବା ପରେ ପ୍ରଥମେ ବିଭିନ୍ନ ଖବର କାଗଜର ଏଡିଟରଙ୍କୁ ଭେଟିବେ । ଏହାପରେ ବୁଦ୍ଧିଜୀବୀଙ୍କ ସହ ସମ୍ମିଳନୀ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜୟଶଙ୍କରଙ୍କର ଓଡ଼ିଶାରେ ଦୁଇଦିନିଆ କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯ୍ୟକର୍ତ୍ତାଙ୍କୁ ବିଜୟ ମନ୍ତ୍ର ଦେବେ ।

ସେହିପରି ଆସନ୍ତାକାଲି ଅପରାହ୍ନରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ କଟକରେ କାର୍ଯ୍ୟକର୍ତ୍ତା ବୈଠକରେ ଗୁରୁମନ୍ତ୍ର ଦେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୬ ତାରିଖରେ ଓଡିଶା ଆସୁଛନ୍ତି । ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ଭଳି ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଆଗମନକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ରାଜ୍ୟ ବିଜେପି ।