ଶବଦାହ ବେଳେ ମହୁମାଛି ଆକ୍ରମଣରେ ୧୫ ଆହତ


ଜଳେଶ୍ବର: ଶଶ୍ମାନରେ ଶବ ଦାହ ବେଳେ ମାଡି ଆସିଲେ ଶହ ଶହ ମହୁମାଛି । ଗୋଡ଼ାଇ ଗୋଡ଼ାଇ କଲେ ଆକ୍ରମଣ । ୧୫ରୁ ଅଧିକ ଲୋକ ଆହତ । ସେମାନଙ୍କ ମଧ୍ୟରୁ ୪ରୁ ଅଧିକଙ୍କ ସ୍ବାସ୍ଥ୍ୟାବାସ୍ଥା ଗୁରୁତର ରହିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଡେମୁରିଆ ଗ୍ରାମରେ ଏହି ଘଟଣା ଘଟିଛି । ୪ ଗୁରୁତରଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଡେମୁରିଆ ଗାଁର ଅନନ୍ତ ଜେନାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳେ ଗ୍ରାମବାସୀ ଶବ ଦାହ କରିବା ପାଇଁ ଶଶ୍ମାନକୁ ଯାଇଥିଲେ । ଏହି ସମୟରେ ଶହଶହ ମହୁମାଛି ଉଡ଼ିଆସି ଆକ୍ରମଣ କରିଥିଲେ। ଲୋକମାନେ ଶବ ଛାଡ଼ି ଜୀବନ ବିକାଳେ ଦୌଡ଼ି ପଳାଇ ଯାଇଥିଲେ । ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ଧୂଆଁ ପ୍ରୟୋଗ କରି ମହୁମାଛିକୁ ଘଉଡାଇଥିଲେ ।