ବୀରମହାରାଜପୁର ରେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଜାତୀୟ ଦଳର ଦୁଇ ସ୍ଥାନୀୟ ପ୍ରାର୍ଥୀ କୋଳାକୋଳି କଥା ହେଲେ ମନଖୋଲି


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଶୁକ୍ରବାର ଥିଲା ପ୍ରାର୍ଥୀପତ୍ର ଦାଖଲ ର ଶେଷ ଦିନ I ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିନିକା ଅଞ୍ଚଳର ହୋଇଥିବାବେଳେ ବିଜେପିର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଲl ସୁବଳୟା ଥାନା ଅଞ୍ଚଳ ର l ଉଭୟେ ଆଗପଛ ହୋଇ ବିରାଟ ଶୋଭାଯାତ୍ରାରେ ପ୍ରଚଣ୍ଡ ରୌଦ୍ରତାପ କୁ ଭୃକ୍ଷେପ ନ କରି ଶକ୍ତି ପ୍ରଦର୍ଶନ ପୂର୍ବକ ନିଜ ନିଜ ସମର୍ଥକଙ୍କ ଗହଣରେ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରୁ ବାହାରି ମୁଖ୍ୟ ଛକ , ତ୍ରିବେଣୀ ଛକ ଦୂର୍ଗା ମନ୍ଦିର ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଁଚି ଥିଲେ l ଉକ୍ତ ସମୟରେ ଉଭୟ ପ୍ରାର୍ଥୀ କାର୍ଯ୍ୟାଳୟ ପରିସରରେ ମନ ଖୋଲି କଥାବାର୍ତ୍ତା ହେବାସହ କୋଳାକୋଳି ହୋଇଥିବା ଦେଖିବାକୁ ମିଳିଥିଲା I ଏ ବିଷୟକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ହେଉଥିବା ବେଳେ ବିଦେଶୀ ହୋଇଥିଲେ ଏଇ ଭଳି ସ୍ନେହ ତଥା ଭାତ୍ରୁଭାବ ଉଭୟଙ୍କ ମଧ୍ୟରେ ହୋଇ ନ ଥାନ୍ତା I ତାଙ୍କ ମଧ୍ୟରୁ ଯିଏ ଜିତିଲେ ମଧ୍ୟ ଅନ୍ୟ ଜଣକୁ ବିଶେଷ ଦୁଖଃ ଲାଗି ନ ଥାନ୍ତା ଭଳିଆ ମନଖୋଲା ହସି କଥା ବାର୍ତ୍ତା ହେଉଥିଲେ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି I