Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଢ଼ି ବିକାଳିଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଦେଢ଼ଣମାଳ ଗାଁରେ ଜଣେ ମୁଢ଼ି ବିକାଳିଙ୍କୁ ଟାଙ୍ଗିଆରେ ଆକ୍ରମଣ । ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି । ଆହତ ମୁଢ଼ି ବିକାଳି ହେଲେ ଅଭଲେ ବିଶି । ଆଜି ସକାଳେ ଅଭଲେ ଦେଢ଼ଣମାଳ ଗାଁକୁ ମୁଢି ବିକିବାକୁ ଯାଇଥିବା ବେଳେ ଗାଁରେ ଥିବା ଏକ ମୁଢି ମିଲ ମାଲିକ ତାଙ୍କୁ ଆକ୍ରମଣ କରିଥିଲେ ।

ଅଭିଯୋଗ ଅନୁସାରେ, ଅଭଲେଙ୍କୁ ଗାଁରେ ମୁଢି ନବିକିବାକୁ ପୂର୍ବରୁ ମିଲ ମାଲିକ ତ୍ରିଲୋଚନ ମାଝୀ ବାରଣ କରିଥିଲେ। ତେବେ ଅଭିଲ ଚେତାବନୀକୁ ବେଖାତିର କରି ପୁଣି ଥରେ ଗାଁକୁ ମୁଢ଼ି ବିକିବାକୁ ଯାଇଥିଲେ । ଯାହାକୁ ନେଇ ତ୍ରିଲୋଚନ ଉତକ୍ଷିପ୍ତ ହୋଇଥିଲେ । ବାରଣ କରିବା ସତ୍ତ୍ୱେ କାହିଁକି ଗାଁକୁ ମୁଢ଼ି ବାକୁ ଆସିଛ ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ତ୍ରିଲୋଚନ ଏକ ଟାଙ୍ଗିଆରେ ଅଭଲେଙ୍କୁ ଆକ୍ରମଣ କରିଥିଲେ । ଗ୍ରମାବାସୀ ଅଭଲେଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ