ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ ପଟ୍ଟନାୟକ


ଜୟପୁର: କୋରାପୁଟ ନିର୍ବାଚନୀ ସଭାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧୀଙ୍କୁ ଟାର୍ଗେଟ । କହିଲେ ବିରୋଧୀ ଦଳର ନେତାମାନେ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣମାନେ ମୋତେ ଓ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରନ୍ତୁ । ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିକାଶ ରଥକୁ ଆଗକୁ ନିଅନ୍ତୁ ।

ବିରୋଧୀଙ୍କ ଉପରେ ଆକ୍ରମଣ ପୂର୍ବରୁ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ବିଜୁ ଜନତା ଦଳ ସରକାରର ଉପଲବ୍ଧି ସକ୍ଷେପରେ କହିଥିଲେ । ସଭାରେ ସାମିଲ ଭୋଟରଙ୍କୁ ସରକାରୀ ଯୋଜନା ବାବଦରେ ପଚାରି ବୁଝିଥିଲେ । ରାଜ୍ୟ ସରକାର ଆଣିଥିବା ଯୋଜନା ଭଲ କି ନୁହେଁ ? ଯୋଜନାରୁ ସେମାନେ ଉପକୃତ ହେଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।

ବିଶେଷ କରି ବିଏସକେୱାଇ, ମିଶନ ଶକ୍ତି, ମମତା ଯୋଜନା, ପିଲାଙ୍କୁ ଦିଆଯାଉଥିବା ବୃତ୍ତି, କାଳିଆ ସ୍କିମ୍ ଭଲ କି ନୁହେଁ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଏହାସହ ପୁରୀ ପରିକ୍ରମା ପ୍ରକଳ୍ପ ହେବା ଭଲି କି ନୁହେଁ ମଧ୍ୟ ପଚାରିଥିଲେ । ସରକାରଙ୍କ ୭ ଫ୍ଲାଗସିପ୍ କାର୍ଯ୍ୟକ୍ରମ ବାବଦରେ ଲୋକଙ୍କ ମତ ନେଇ ସେ ଦକ୍ଷୀଣ ଓଡ଼ିଶାରୁ ବିରୋଧୀ ଦଳଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛନ୍ତି । ବିରୋଧୀ ନେତା କୁମ୍ଭୀର କାନ୍ଦଣା କାନ୍ଦୁଥିବା କଥା କହି ନବୀନ ଆଗକୁ ଲଢେଇ ଜୋରଦାର ହେବାର ସଂକେତ ଦେଇଛନ୍ତି ।