ବାୟୁସେନାର କନଭୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୪ ଯବାନ ଆହତ


ପୁଞ୍ଚ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ହୋଇଛି ବଡ଼ଧରଣର ଆତଙ୍କୀ ଆକ୍ରମଣ । ପୁଞ୍ଚ ଅନ୍ତର୍ଗତ ସୁରାନକୋଟେରେ ଭାରତୀୟ ବାୟୁସେନାର କନଭୟରେ ଥିବା ୨ଟି ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ସେମାନଙ୍କ ଗ୍ରେନେଡ ଓ ଗୁଳିମାଡ଼ରେ ୪ ଜଣ ଯବାନ ଆହତ ହୋଇଛନ୍ତି ।
ଆକ୍ରମଣ ସୂଚନା ମିଳିବା ପରେ କନଭୟରେ ଥିବା ଯବାନଙ୍କୁ ବ୍ୟାକଅପ ଦେବାକୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଇ ଯାଇଛି । ଏବେ ସେଠାରେ ଆତଙ୍କବାଦୀ ନିରୋଧ ଅପରେସନକୁ ଜୋରଦାର କରାଯାଇଛି ।
ଉକ୍ତ ଅଞ୍ଚଳରେ ଚଳିତବର୍ଷ ପ୍ରଥମଥର ପାଇଁ ଏତେ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି । ଗତବର୍ଷ ଏଠାରେ ଏକାଧିକ ଆତଙ୍କୀ ଆକ୍ରମଣ ହୋଇଥିଲା ।
ସ୍ଥାନୀୟ ରାଷ୍ଟ୍ରୀୟ ରାଇଫଲ ୟୁନିଟ ଖବର ପାଇ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଆହତ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।