Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ )ଇଷ୍ଟଦେବୀ ମାଁ ସୁରେଶ୍ଵରୀଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ହଜାର ହଜାର ସମର୍ଥକ ଙ୍କ ଗହଣରେ ଶୋଭାଯାତ୍ରାରେ ସହର ପରିକ୍ରମା କରି କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ୍ କରିଛନ୍ତି। ତାଙ୍କ ସହ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତାଙ୍କ ସହ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧିର ପଣ୍ଡା, ନରଦେବ ଭୋଇ, ଜିତେନ୍ଦ୍ର କୁମ୍ଭାର, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ, ରାଜେନ୍ଦ୍ର ମେହେର, ତରଣି ବାରିକ ପ୍ରମୁଖଙ୍କ ସହ ଜିଲ୍ଲା କଂଗ୍ରେସ ର ବିଭିନ୍ନ ଛାମୁଆଁ ସଂଗଠନ ର କର୍ମକର୍ତ୍ତା ଏହି ବିଶାଳ ରାଲିରେ ଯୋଗ ଦେଇଥିଲେ। ପ୍ରିୟବ୍ରତ ଜଣେ ନବାଗତ ପ୍ରାର୍ଥୀ ହେଲେହେଁ ଜଣେ ଟାଣୁଆ ଯୁବ ସଂଗଠକ ଭାବରେ ଆଗରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଯୋଗୁଁ ଓ ସେ ଜିଲ୍ଲା ଓବିସି ସଂଗଠନର କାର୍ଯ୍ୟକାରୀ ସଭାପତି ଥିବା ଯୋଗୁଁ ତାଙ୍କୁ ଦଳମତ ନିର୍ବିଶେଷରେ ବହୁ ଯୁବକ ତାଙ୍କର ଏହି ଶୋଭା ଯାତ୍ରାରେ ସ୍ଵତଃ ସାମିଲ ହୋଇଥିବା ଦେଖାଯାଇଥିଲା। ତାଙ୍କୁ ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ ଥିବା ଯୋଗୁଁ ଓ ଜିଲ୍ଲା କଂଗ୍ରେସ ର ସମସ୍ତ ଅଭିଜ୍ଞ ନେତୃମଣ୍ଡଳୀ ଙ୍କ ସହଯୋଗ କୁ ପାଥେୟ କରି ସେ ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟକ ଭୋଟ ପାଇ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ