ଜମୁଛି ପ୍ରଚାର, ବଢୁଛି ବିଜେଡିର ଶକ୍ତି


ସମ୍ବଲପୁର:ସମୟାନୁକ୍ରମେ ସମ୍ବଲପୁରରେ ବଢୁଛି ବିଜେଡିର ଶକ୍ତି । ଦିନ ତମାମ ମାରାଥନ ପ୍ରଚାର । ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ବାର୍ତ୍ତାଳାପ । ସେମାନଙ୍କର ସମସ୍ୟାର ସମାଧାନ କିଭଳି କରାଯାଇପାରିବ ସେ ସର୍ମ୍ପକରେ ଆଲେଚନା କରୁଥିବା ଦେଖି ପ୍ରଣବ ପ୍ରକାଶଙ୍କ ପ୍ରତି ବିଶ୍ୱାସ ଜାହିର କରୁଛନ୍ତି ସମ୍ବଲପୁରର ଜନତା । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କାମ କରିବାର ବଦ୍ଧପରିକରତା ଓ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପ ଗୁଡିକ ଦେଖି ବିଜୁ ଜନତା ଦଳରେ ରହିବାକୁ ଇଚ୍ଛା ଜାହିର କରି ଦଳରେ ମିଶୁଛନ୍ତି ବିଭିନ୍ନ ବର୍ଗ, ସମ୍ପ୍ରଦାୟ, ସଗଠନ ଓ ରାଜନୈତୀକ ଦଳର କର୍ମକର୍ତ୍ତାମାନେ । ପ୍ରତିଦିନ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହେବା ଫଳରେ ବିଜେଡିର ଶକ୍ତି ବୃଦ୍ଧି ପାଉଥିବା ଦେଖି ବିରୋଧୀଙ୍କ ନିଦ ହଜିଯାଇଛି । ନିର୍ବାଚନରେ ତାଙ୍କୁ କେମିତି ଚେକ୍ ଦେଇହେବ ସେନେଇ ବିରୋଧୀ ଶିବିରରେ ଭାଲେଣି ପଡିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତା ନେଇ ଲୋକଙ୍କ ପାଖକୁ ପହଞ୍ଚୁଛନ୍ତି ନବୀନ ଓଡିଶାର ଦକ୍ଷ ସେନାପତି ପ୍ରଣବ ପ୍ରକାଶ ଦାସ ।
ମାରାଥନ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରି ଆଜି ସକାଳୁ ସକାଳୁ ଶୀତଳ ଷଷ୍ଠୀ କମିଟିର କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ ପ୍ରଣବ ପ୍ରକାଶ । ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ପାଖେଇ ଆସୁଥିବାବେଳେ ଏ ସର୍ମ୍ପକରେ କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ । ଶୀତଳ ଷଷ୍ଠୀକୁ କିଭଳି ଆହୁରି ଭବ୍ୟ ଓ ଆଡମ୍ବର କରାଯାଇପାରିବ ସେନେଇ ପ୍ରସ୍ତାବ ମାଗିଥିଲେ । କର୍ମକର୍ତ୍ତା ମାନେ କହିଥିବା ସମସ୍ତ ସମସ୍ୟାର ସମାଧାନ କରିବାକୁ ପ୍ରଣବ ପ୍ରକାଶ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ବିଜୁ ଜନତା ଦଳର ସମ୍ବଲପୁର ଲୋକସଭା ପ୍ରାର୍ଥୀ ରୋହିତ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ସେ ପହଞ୍ଚିଥିଲେ ସାକ୍ଷୀପଡା ସ୍ଥିତ ଚର୍ଚ୍ଚ ଠାରେ । ସେଠାରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଭାଇଭଉଣୀଙ୍କ ସହିତ ଭାବବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହାପରେ ସେ ଡ. ନାରାୟଣୀ ପଣ୍ଡାଙ୍କ ଘରେ ପହଞ୍ଚିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସମ୍ବଲପୁର ର ବିଭିନ୍ନ ସମସ୍ୟା ସର୍ମ୍ପକରେ ଆଲେଚନା କରିଥିଲେ । ସେଠାରୁ ବାହାରି ସିନ୍ଦୁରପଙ୍କରେ ଖ୍ରୀଷ୍ଟିୟାନ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ଏକ ବିଶାଳ ସମାବେଶରେ ଯୋଗଦାନ କରିଥିଲେ ପ୍ରଣବ ପ୍ରକାଶ । ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଉନ୍ନତି ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ସର୍ମ୍ପକରେ ବୁଝାଇଥିଲେ । ଚର୍ଚ୍ଚ ଗୃହର ଉନ୍ନତିକରଣ ଓ ଋପାନ୍ତରିକରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଥିବାବେଳେ ଆଗକୁ ଆହୁରି ବିକାଶୋନ୍ମୁଖୀ ଯୋଜନା ଓ ପ୍ରକଳ୍ପ ରହିଛି ବୋଲି ସୂଚନା ଦେଇଥିଲେ । ଏହାପରେ ପ୍ରଣବ ପ୍ରକାଶ ସମ୍ବଲପୁରର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ୱୟଂ ସହାୟକ ଦଳର ମାଁ ମାନଙ୍କୁ ଭେଟିଥିଲେ । ମହିଳାମାନଙ୍କ ସହିତ ଆଲେଚନା କଲା ସମୟରେ ଏଠାକାର ବିଜେପି ଲୋକସଭା ପ୍ରାର୍ଥୀ ସାଜିଥିବା ଧର୍ମେନ୍ଦ୍ର ପ୍ରଧାନ ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ଜାଣି ମହିଳାମାନେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ପ୍ରଣବ ପ୍ରକାଶ କହିଥିଲେ ମୁଖ୍ୟମନ୍ତ୍ରୀ ଓଡିଶାର ମା ମାନଙ୍କ ସହିତ ସବୁବେଳେ ଅଛନ୍ତି । ତାଙ୍କ ସୁଖଃରେ ଦୁଖଃରେ ଛିଡାହୋଇ ପ୍ରିୟଭାଜନ ହୋଇପାରିଛନ୍ତି । ଏହାକୁ ବିରୋଧୀ ନେତା ସହିନପାରି ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି କହିଥିଲେ । ଏହାର ଶକ୍ତ ଜବାବ ଦେବାକୁ ହେଲେ ଆପଣମାନଙ୍କୁ ଶଙ୍ଖ ଚିହ୍ନରେ ଦୁଇଥର ଭୋଟଦେଇ ଏମପି ଓ ଏମଏଲଏ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡିବ । ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ଟାଣ କରିବାକୁ ପଡିବ ବୋଲି କହିଥିଲେ । ଉପସ୍ଥିତ ଥିବା ମା ମାନେ ମଧ୍ୟ ଶଙ୍ଖ ଚିହ୍ନରେ ହିଁ ଭୋଟ ଦେବୁ ବୋଲି ନିଷ୍ପତ୍ତି ନେଇଥିବା କହିଥିଲେ । ଏହାପରେ ପ୍ରଣବ ପ୍ରକାଶ ଭାରତୀୟ ଜନତା ପାର୍ଟିରୁ ଆସିଥିବା କିଛି ଯୁବକଙ୍କୁ ଭେଟିଥିଲେ । ସେମାନେ ବିଜେପି ପାଇଁ ସ୍ୱେଚ୍ଛାକୃତ ଭାବରେ କାମ କରୁଥିଲେ । କିନ୍ତୁ ବିଜେପିରୁ ନିର୍ବାଚିତ ହୋଇଥିବା ନେତାଙ୍କର ଜନସେବା ପାଇଁ ଆନ୍ତରିକତା ନାହିଁ । ଅନ୍ୟପକ୍ଷରେ ବିଜୁ ଜନତା ଦଳର ଜଣେ ଦକ୍ଷ ନେତା ସମ୍ବଲପୁରରୁ ଳଢିବାକୁ ନିଷ୍ପତ୍ତି ନେଇଥିବା ଜାଣି ସେମାନେ ମଧ୍ୟ ପ୍ରଣବ ପ୍ରକାଶଙ୍କୁ ସମର୍ଥନ କରିବାକୁ ଆସିଛୁ ବୋଲି କହିଥିଲେ । ପ୍ରଣବ ପ୍ରକାଶ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସେ ମାରୱାଡି ସମାଜର ବୈଠକରେ ଯୋଗଦେଇଥିଲେ । ସମାଜର ସଦସ୍ୟ ସଦସ୍ୟା ମାନଙ୍କ ସହିତ ଆଲେଚନା କରି ତାଙ୍କର ସମସ୍ୟା ଶୁଣିଥିଲେ । ଏହାପରେ ସେ ମାରୱାଡି ବିପ୍ର ସମାଜର କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଭେଟିଥିଲେ । ତାଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଯୋଗଦାନ କରି ନିର୍ବାଚନ ସମୟରେ ତାଙ୍କର ସହଯୋଗ କାମନା କରିଥିଲେ ।