ବିକାଶର ପ୍ରୟୋଗଶାଳା ହେବ ସମ୍ବଲପୁର-ପ୍ରଣବ ପ୍ରକାଶ


ସମ୍ବଲପୁର:ମାରାଥନ ପ୍ରଚାର କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ବିଭିନ୍ନ ଧର୍ମ, ସମ୍ପ୍ରଦାୟର ଲୋକଙ୍କୁ ଭେଟିବା ପରେ । ସେମାନଙ୍କଠାରୁ ଆଶୀର୍ବାଦ ନେବାପରେ ସନ୍ଧ୍ୟାରେ ଅନେକ ଜନସଭାରେ ଯୋଗଦେଇଥିଲେ ପ୍ରଣବ ପ୍ରକାଶ । ସନ୍ଧ୍ୟାରେ ଠେଲକୋଲଇ ଠାରେ ପହଞ୍ଚି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ନିର୍ବାଚନ ରଣନିତୀ ଅନୁସାରେ କର୍ମୀ ମାନଙ୍କୁ କାମ କରିବାକୁ କହିଥିଲେ । ବିରୋଧୀ ନାନା କଥା କହିବେ କିନ୍ତୁ ଆମେ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମର ତାଲିକା ଧରି ଲୋକଙ୍କ ପାଖକୁ ପହଞ୍ଚିବା । ଲୋକଙ୍କୁ କଥା ନୁହେଁ କାମର ରିପୋର୍ଟ ଦେଖାଇବା ବୋଲି ଆହ୍ୱାନ କରିଥିଲେ । କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରଣବ ପ୍ରକାଶ ପହଞ୍ଚିଥିଲେ ସ୍ଥାନୀୟ ଗଙ୍ଗାଧର ମଣ୍ଡପ ଠାରେ । ସେଠାରେ ବିଜୁ ଜନତା ଦଳ ତରଫରୁ ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ସମର୍ଥନ ଜଣାଇ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ । ସେହିଭଳି ଘୁନଘୁଟିପଡାର ବାସିନ୍ଦାମାନେ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଘୁନଘୁଟିପଡାର ବାସିନ୍ଦାମାନେ କହିଥିଲେ ବିପଦ ସମୟରେ ବିଜେଡି ଆମକୁ ସହାୟତା କରିଛି । ସମଲେଇ ଯୋଜନାରେ ଆମେ ବିସ୍ଥାପିତ ହୋଇଛୁ । ୯୨ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲୁ । ସେ ସମୟରେ ସମ୍ବଲପୁର ର କୌଣସି ନେତା ଆମର ପାଖ ମାଡିନଥିଲେ । ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀ ଆମକୁ ଭେଟି ସହାୟତା କରିବାକୁ ପ୍ରତିଶୃତି ଦେଇଥିଲେ । ତେଣୁକରି ଆମେ ଆଜି ଖୁସି ହୋଇ ତାଙ୍କୁ ସମର୍ଥନ ଜଣାଇବାକୁ ବିଜୁ ଜନତା ଦଳରେ ସାମିଲ ହେଲୁ ବୋଲି କହିଥିଲେ । ଘୁନଘୁଟିପଡା ବାସିନ୍ଦାଙ୍କ ଭୋଟ ଯୋଡି ଶଙ୍ଖକୁ ଯିବ । ଗୋଟିଏ ଏମପି ପାଇଁ ଓ ଗୋଟିଏ ଏମଏଲଏ ପାଇଁ ଭୋଟ ଦେଇ ଆମେ ତାଙ୍କୁ ବିଜୟୀ କରିବୁ ବୋଲି କହିଥିଲେ । ମିଶ୍ରଣ ପର୍ବ ସାରିବା ପରେ ପ୍ରଣବ ପ୍ରକାଶ ସାକ୍ଷୀପଡା ଠାରେ ଆୟୋଜିତ ହେଉଥିବା ଏକ ଜନସଭାରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଉଦବୋଧନ ଦେଇ କହିଥଲେ ଆଗାମୀ ଦିନରେ ସମ୍ବଲପୁରକୁ ବିକାଶର ପ୍ରୟୋଗଶାଳା କରାଯିବ । ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ବଲପୁରରେ ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରାଯିବ । କିଛି ଲୋକ ଅଛନ୍ତି ଯେଉଁମାନେ ଏଠାରେ ବିକାଶକୁ ବିରୋଧ କରୁଛନ୍ତି । ବିଗତ ୧୦ ବର୍ଷରେ ଆପଣମାନେ ତାଙ୍କୁ ଭଲଭାବରେ ଜାଣିସାରିଲେଣି । ତେଣୁକରି ଚଳିତ ନିର୍ବାଚନରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୋଡି ଶଙ୍ଖରେ ଭୋଟ ଦିଅନ୍ତୁ । ଓ ବିକାଶ ଧାରା ରେ ସହଭାଗୀ ହୁଅନ୍ତୁ ବୋଲି ନିବେଦନ କରିଥିଲେ । ଏହାପରେ କୁଲତାପଡା ଠାରେ ପହଞ୍ଚି ଏକ ଜନସମାବେଶ କୁ ସମ୍ବୋଧନ କରିଥିଲେ । ସେଠାରୁ ଗୋଶାଳା ଅଭିମୁଖେ ବାହାରିଥିଲେ । ଗୋଶାଳା ବିଜେଡିର ଦଳୀୟ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଗୋଶାଳାରୁ ଫେରି ଧନୁପାଲିରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।