Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କ୍ରିକେଟ ଖେଳିବା ବେଳେ ବଲ୍ ବାଜି ନାବାଳକ ମୃତ

ପୁଣେ: କ୍ରିକେଟ ଖେଳ ନେଇଗଲା ଜଣେ ନାବାଳକଙ୍କ ଜୀବନ । ସାଙ୍ଗମାନଭ୍କ ସହ କ୍ରିକେଟ ଖେଳିବା ବେଳେ ବଲ୍ ବାଜିବାରୁ ନାବାଳକଙ୍କ ମୃତ୍ୟୁ ଘଟିଛି । ଘଟଣା ମହାରାଷ୍ଟ୍ରର ପୁଣେ ଅଞ୍ଚଳର । ମୃତ ବାଳକ ଜଣଙ୍କ ହେଲେ ଶୌର୍ଯ୍ୟ ।
ଲୋହଗାଁରେ ଥିବା ଫିଲ୍ଡରେ ଶୌର୍ଯ୍ୟ ସାଙ୍ଗଙ୍କ ସହ କ୍ରିକେଟ ଖେଳୁଥିଲେ । ଏହି ସମୟରେ ଜଣେ ପିଲା ବ୍ୟାଟିଂ କରୁଥିବା ବେଳେ ବଲ୍‌ଟି ଆସି ଶୌର୍ଯ୍ୟଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା । ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ । ଯାହା ସିସିଟିଭିରେ ରେକର୍ଡ ହୋଇଛି ।
ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଖେଳିବାକୁ ଯାଇଥିବା ପୁଅର ଏପରି ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି।