କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ରାୟଗଡ଼ା ଜିଲ୍ଲା ସଭାପତି


ଗୁଣୁପୁର: ନିର୍ବାଚନ ତାରିଖ ଘୋଷଣା ପରଠାରୁ ଅସନ୍ତୋଷ ଓ ବିଦ୍ରୋହ ନିଆଁରେ ଜଳୁଛି କଂଗ୍ରେସ । କେଉଁଠି ଟିକେନ ନପାଇ ଅସନ୍ତୁଷ୍ଟ ବିଦ୍ରୋହ କରୁଛନ୍ତି ତ କେଉଁଠି ଟିକେଟ ବଣ୍ଟନ ଠିକରେ ହୋଇ ନଥିବା ଅଭିଯୋଗ । ଗାଁଠୁ ସହର ସବୁଠି ଅସନ୍ତୋଷର କଳା ବାଦଳ ଭିତରେ ଧନ୍ଦି ହେଉଛି ରାଜ୍ୟ କଂଗ୍ରେସ । ଏହାରି ଭିତରେ ଇଂଗ୍ରେସକୁ ବାଏ ବାଏ କହିଛି ଆଉ ଜଣେ ତୁଙ୍ଗ ନେତା । ଦଳ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରାୟଗଡ଼ା ଜିଲ୍ଲା ସଭାପତି ବିଜୟ କୁମାର ଗମାଙ୍ଗ ।
୧୯୮୫ ମସିହାରୁ ଦଳରେ ରହି ବିଭିନ୍ନ ଦାୟିତ୍ବ ତୁଲାଇଥିଲେ ବିଜୟ । ୩୯ ବର୍ଷ ଦଳରେ ରହି ତୃଣମୂଳ ସ୍ତରରେ କଂଗ୍ରେସକୁ ବଞ୍ଚାଇ ରଖିଥିଲେ । ଦଳକୁ ଏତେ ଦେବା ପରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ ଲାଗିଥିଲା । କଂଗ୍ରେସ ଶୃଙ୍ଖଳା କମିଟି ଅଧକ୍ଷ ସନ୍ତୋଷ ସିଂ ସାଲୁଜା ତାଙ୍କୁ କୈଫତ ତଲବ କରିଥିଲେ ।
ଏହା ତାଙ୍କ ଆତ୍ମସମ୍ନାନ ହାନୀ କରିଛି । ଦଳ ମୋର ନିଷ୍ଠାପର ସେବାକୁ ଦେଖିପାରିଲାନି । ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛି ବୋଲି ବିଜୟ କହିଛନ୍ତି ।