ଝାରସୁଗୁଡ଼ାରେ ନବୀନଙ୍କ ହେଲିକପ୍ଟର ଜରୁରୀ ଅବତରଣ


ଭୁବନେଶ୍ବର: ଖରାପ ପାଗ ଯୋଗୁଁ ଭୁବନେଶ୍ବର ବିମାନବନ୍ଦରରେ ଲ୍ୟାଣ୍ଡ କରିପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର । ପ୍ରାୟ ଅଧ ଘଣ୍ଟା ଭୁବନେଶ୍ବର ଆକାଶରେ ଉଡ଼ିବା ପରେ ଫେରିଗଲା । ଶେଷରେ ଝାରସୁଗୁଡ଼ା ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା ।
ପରେ ପାଗରେ ପରିବର୍ତ୍ତନ ହେବା ପରେ ହେଲିକପ୍ଟରଟି ମୁଖ୍ୟମନ୍ତ୍ରୀଙ୍କୁ ଧରି ଭୁବନେଶ୍ବର ଫେରିଛି । ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ହେଲିକପ୍ଟରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବି ଥିଲେ ।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଡ଼ିଆଳରୁ ଭୁବନେଶ୍ବର ଫେରୁଥିଲେ । ହେଲେ କାଳବୈଶାଖୀ କାରଣରୁ ସେ ସମୟରେ ରାଜଧାନୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେଉଥିବାରୁ ହେଲିକପ୍ଟରଟି ଲ୍ୟାଣ୍ଡ କରି ନପାରି ଝାରସୁଗୁଡ଼ାରେ ଜରୁରୀ ଅବତରଣ କରିଥିଲା ।