ସଦର ଥାନାର ସଫଳତା:୧ ଲକ୍ଷ ୬୧ ହଜାର ଜମା କଲା ଟ୍ରେଜେରୀରେ

ସମ୍ବଲପୁର,(ନିଲଡୁଙ୍ଗରୀ):ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସଦର ପୋଲିସ ଜମା କରି ଟ୍ରେଜେରୀରେ ଜମା କରାଯାଇଛି।
ମିଲିଥିବା ସୂଚନା ମତେ ଆଜି ଅପରାହ୍ନରେ ସଦର ପୋଲିସର ଫ୍ଲାଇଙ୍ଗ ସ୍କାଡ କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଟୋଲ ପ୍ଲାଜା ଠାରେ ଗାଡି ଗୁଡିକୁ ଯାଞ୍ଚ କରିବା ସମୟରେ ୧ ଲକ୍ଷ ୬୧ ହଜାର ୮ ଶହ ଟଙ୍କା ଜବତ କରି ସମ୍ବଲପୁର ଟ୍ରେଜେରିରେ ଜମା କରିଥିବା ନେଇ ଥାନା ଓଆଇସି ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏହି ଅର୍ଥ କାହାପାଇଁ ଓ କେଉଁ କାରଣରେ ନିଜ ପାଖରେ ରଖିଛନ୍ତି ତାହାର କୌଣସି ସନ୍ତୁଷ୍ଟ ଜନକ ଉତ୍ତର ନପାଇବାରୁ ଅନୁଗୁଲ ଜିଲ୍ଲା ପାଲଲହଡାର ଅମିତ କୁମାର ଜୟସ୍ୱାଲ ପାଖରୁ ଏହି ମୋଟା ଅଙ୍କର ଅର୍ଥ ଜବତ କରାଯାଇଥିଲା।