Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ- ମତଦାନ ଆମ କର୍ତ୍ତିବ୍ୟ, ପଛକୁ ନହଟି ଭୋଟ ଦିଅ

ଅହମ୍ମଦାବାଦ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ୯୪ ସିଟ୍‌ ପାଇଁ ଭୋଟିଂ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପର୍ଯ୍ୟାୟରେ ଭୋଟ ଦେଉଛନ୍ତି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଆଜି ସକାଳୁ ସେ ଭୋଟ୍ ଦେଇଛନ୍ତି ।
ମୋଦି ଗତ ରାତିରେ ଗାନ୍ଧିନଗରସ୍ଥିତ ରାଜଭବନରେ ରହିଥିବା ବେଳେ ଆଜି ସକାଳ ସାଢେ ୭ଟାରେ ଭୋଟ ଦେବା ନିମନ୍ତେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ମୋଦିଙ୍କ ସ୍ୱାଗତ କରିଥିଲେ । ଏଥିସହ ମୋଦିଙ୍କ ଗୋଟିଏ ଝଲକ ପାଇବାକୁ ସକାଳୁ ସକାଳୁ ଲୋକଙ୍କ ପ୍ରବଳ ଭିଡ଼ ବୁଥ୍‌ ବାହାରେ ଦେଖିବାକୁ ମିଳିଥିଲା ।
ମତଦାନ ପରେ ପ୍ରଧାନମନ୍ତ୍ରୀ ବାହାରେ ଥିବା କିଛି ସାଧାରଣ ଜନତାଙ୍କୁ ନିଜର ଅଟୋଗ୍ରାଫ ଦେଇଥିଲେ । ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
ଏହି ଅବସରରେ ମୋଦି ଦେଶର ଜନସାଧାରଣଙ୍କୁ ଅପିଲ କରି କହିଛନ୍ତି, ମତଦାନ ଏକ ସାମାନ୍ୟ ଦାନ ନୁହେଁ । ଏହା ଦେଶକୁ ଆଗକୁ ନେବା ପାଇଁ ଅତ୍ୟନ୍ତ ଜରୁରୀ । ଗଣତନ୍ତ୍ରର ଏହି ପର୍ବରେ ସମସ୍ତଙ୍କ ଭାଗିଦାରୀ ଜରୁରୀ । ତେଣୁ ନିଜ କର୍ତ୍ତ୍ୟବରୁ ପଛକୁ ନ ହଟି ଭୋଟ ଦେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ।
ଅତ୍ୟଧିକ ଖରା ହେଉଥିବାରୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇ ପ୍ରଚୁର ପରିମାଣର ପାଣି ପିଇବାକୁ ଲୋକଙ୍କୁ ଉପଦେଶ ଦେଇଛନ୍ତି ମୋଦି । ଏଥିସହ ସେ କହିଛନ୍ତି, ପ୍ରଥମେ ମତଦାନ, ପରେ ଜଳପାନ ।
ତୃତୀୟ ପର୍ଯ୍ୟାୟ ମତଦାନରେ ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଉଛି ଭୋଟ । ସୁରତ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫ ଏବଂ ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ ସିଟରେ ଭୋଟିଂ ହେଉଛି ।