Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀ ପ୍ରଭାବ: ବଜ୍ରପାତରେ ୯ ଗୋରୁଙ୍କ ମୃତ୍ୟୁ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକପାଟା ଛକ ନିକଟ ଏକ ଆମ୍ବ ଗଛ ତଳେ ଗୋରୁମାନେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ଘଟି ୯ ଗୋରୁଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନା ମୁତାବକ, ସରାମୁଳି ପଞ୍ଚାୟତ ଗୁଡ୍ରିଗାଁର ଗୋରୁଗାଈ ଚରିବାକୁ ସିକପାଟା ଛକ ଅଞ୍ଚଳରେ ବୁଲୁଥିଲେ। ସେତିକିବେଳେ ହଠାତ ପବନ ବୋହିବା ସହ ବର୍ଷା ହୋଇ ବଜ୍ରପାତ ଘଟିଥିଲା। ଫଳରେ ଆମ୍ବ ଗଛ ତଳେ ଆଶ୍ରୟ ନେଇଥିବା ୯ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ପ୍ରକାଶ ଯେ , ଗୁଡ୍ରିଗାଁର ଲଙ୍କେଶ୍ୱର ଦାରାମାଝୀଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଥିବା ବେଳେ ଲାଜର ମାଝିଙ୍କ ୩ଟି, ଯୋହନ ମାଝୀଙ୍କ ୨ଟି, ରାଜେନ୍ଦ୍ର ଦାରାମାଝିଙ୍କ ଗୋଟିଏ. ଯାକବ ମାଝିଙ୍କ ଗୋଟିଏ ଏବଂ ମାନସ ମାଝିଙ୍କ ଗୋଟିଏ ଗୋରୁଙ୍କ ମୃତ୍ୟୁ ଘଟିଛି। ଖବର ପାଇ ୧୧ନମ୍ବର ଜୋନ୍‌ ଜିଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସରକାରୀ ସାହାଯ୍ୟ ପ୍ରଦାନ କରିବା ପାଇଁ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ