Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାକଚ ହେଲା ବିଶ୍ଵନାଥ ଙ୍କ ପାର୍ଥୀ ପତ୍ର, ବିଜେଡି ଟିକେଟ ନପାଇ ଦଳ ରୁ ଦେଇଥିଲେ ଦରଖାସ୍ତ।

କେନ୍ଦୁଝର ଜିଲ୍ଲାରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରୁ ରୋଚକ ତଥ୍ୟ ଦେଖିବାକୁ ମିଳିଛି। ସୋମବାର ବିଜୁ ଜନତା ଦଳର ପାର୍ଥୀ ଭାବ ରେ ଆନନ୍ଦପୁର ବିଧାୟକ ପାର୍ଥୀ ଅଭିମନ୍ୟୁ ସେଠୀ ଓ ଘଷିପୁରା ବିଧ୍ୟାୟକ ବଦ୍ରି ନାରାୟଣ ପାତ୍ର ନାମାଙ୍କନ ପତ୍ର ଦାଖଲ କରିବା ସେହି ପଞ୍ଚାୟତ ରୁ ବିଶ୍ଵନାଥ ପ୍ରତାପ ଜେନା ପୁନର୍ବାର ବିଜୁ ଜନତା ଦଳର ପାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିରେ ଫର୍ମ ଏ ଓ ବି ଦୁଇଟି କୁ ଦେଇ ନଥିଲେ । ଯାହାକି ଆନନ୍ଦପୁର ଉପ ଜିଲ୍ଲାପାଳ ଙ୍କ ନିର୍ବାଚନ ଅଧିକାରୀ ମାନେ ଦୃଷ୍ଟି ରେ ଏହା ଅସମ୍ପୂର୍ଣ୍ଣ ଦରଖାସ୍ତ ବୋଲି ପ୍ରମାଣିତ ହୋଇଥିଲା। ପରେ ସେହି ଫର୍ମ କୁ ନାକଚ କରାଯାଇଛି। ଯାହାକି ବିଶ୍ଵନାଥ ପ୍ରତାପ ଜେନା ନିଜେ ଜଣେ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ବୋଲି କହି ବୁଲୁ ଥିବା ବେଳେ ବିଜୁ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଓ ରାଜ୍ୟ କର୍ମକର୍ତ୍ତା ଙ୍କ ଚୟନ କୁ ବାଦ୍ ପକାଇ ବିଜୁ ଜନତା ଦଳରୁ ଦଳର ସୁପ୍ରିମୋ ନବୀନ ବାବୁ ଙ୍କ ନିଷ୍ପତ୍ତି କୁ ଅବମାନନା କରି କିପରି ଦଳ ବିରୋଧ ରେ ବିଜୁ ଜନତା ଦଳ ତାଙ୍କୁ ପାର୍ଥୀ କରିଛି ବୋଲି ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହା ବିଶ୍ଵନାଥ ପ୍ରତାପ ଜେନା ଙ୍କ ର କଣ ବିଜୁ ଜନତା ରେ ଶୃଙ୍ଖଳିତ କର୍ଯ୍ୟକି ? ଯାହାକୁ ନେଇ ଅନ୍ୟ ଦଳରୁ ଆସିଥିବା ଥିବା ସରଳ କର୍ମୀ ମାନେ ବିଶ୍ଵନାଥ ପ୍ରତାପ ଙ୍କୁ ଏକ ଚଞ୍ଚ କତା ମତ ଲବି ନେତା ବୋଲି କହୁଛନ୍ତି। ବିଜୁ ଜନତା ଦଳରେ ଏଭଳି ଉସୃଙ୍ଖଳ କର୍ମୀ କିପରି ରହିଥିଲେ ବୋଲି କର୍ମୀ ମାନେ ଆଲୋଚନା କରୁଛନ୍ତି। ଏହା ପରେ ଲୋକ ଲଜ୍ଜ୍ୟା ସମ୍ଭାଳି ନପାରି କିଛି ହାତ ଗଣତି ଲୋକଙ୍କୁ ନେଇ ସ୍ଵାଧୀନ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଯାହାକୁ ନେଇ ନିଜ କର୍ମୀ ମାନେ। ଆରମ୍ଭ ରୁ ଅବିଶ୍ବାସ କରିବା ଆରମ୍ଭ କଲେଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ