ଚୋରା ଗଞ୍ଜେଇ ଚାଲାଣ ହେବା ପୁର୍ବରୁ ମାଡି ବସିଲା ପୋଲିସଜବତ କଲା ୧୩୫ କେଜି


ପଟ୍ଟାଙ୍ଗି୦୭/୦୫ଚୋରା ଚାଲାଣ ହେବା ନିମନ୍ତେ ଜଙ୍ଗଲରେ ଗଛିତ ହୋଇ ରହିଥିବା ଗଞ୍ଜେଇ କୁ ଜବତ କଲା ପୋଲିସ । ଏହିପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଚନ୍ଦକା ପଞ୍ଚାୟତ ଅଧିନସ୍ଥ ଦଳପତିଗୁଡା ଗ୍ରାମ ନିକଟରେ ରହିଥିବା ଏକ ପାହାଡ଼ ର ଘଞ୍ଜ ଜଙ୍ଗଲ ସ୍ଥାନରୁ । ସୂଚନା ଅନୁଯାଇ ଉକ୍ତ ଜଙ୍ଗଲରେ ଗଛିତ ରହିଥିବା ଗଞ୍ଜେଇ ଚୋରା ଚାଲାଣ କାରବାର ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ପଟ୍ଟାଙ୍ଗି ପୋଲିସ ନିକଟରେ ପହଞ୍ଚିଲା ଖବର । ଉକ୍ତ ଖବର କୁ ଆଧାରିତ କରି ସ୍ଥାନୀୟ ପୋଲିସ ଚଢାଉ କରିଥିବା ସୁନାବେଡା ଏସଡିପିଓ ମନବ୍ରତା ସତପଥି ପ୍ରକାଶ କରିଥିବା ସହ ପ୍ରଥମେ ଏନେଇ ଥାନାଧିକାରୀ ଚତୁର୍ଭୁଜ ନାୟକ ଖବର ପାଇ ସୁଙ୍କି ପୋଲିସ କୁ ଖବର ଦେଇ ଉକ୍ତ ପାହାଡ଼ ଉପରେ ଚଡାଉ କରିଥିଲେ । ଯେଉଁଥିରେ କି ଦୁଇ ଥାନାର ପୋଲିସ କର୍ମଚାରୀ ପାହାଡ ରେ ଚଡାଉ କରି ୧୩୫ କେଜି ଗଛିତ ଗଞ୍ଜେଇ ଜବତ କରିଥିଲେ କିନ୍ତୁ କୈଣସି ଆସାମୀ କୁ ଗିରଫ କରିବା ପୂର୍ବରୁ ଘଟଣା ସ୍ଥଳରୁ ଫେରା ହୋଇ ଯାଇଥିବା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଗଛିତ ଗଞ୍ଜେଇ କୁ ଜବତ କରି ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରହିଥିବା ସହ ଗଛିତ ରହିଥିବା ଗଞ୍ଜେଇ କିଏ ରଖିଥିଲା ଏବଂ କେଉଁ ଆଡକୁ ଚାଲାଣ ହେଉଥିଲା ଏହା ପଛରେ କାହା ହାତ ରହିଛି ସେନେଇ ତଦନ୍ତ ଜାରି ରହିଥିବା ସହ ଜବତ ଗଞ୍ଜେଇ ର ମୂଲ୍ୟ ଆନୁମାନିକ ୦୪ ଲକ୍ଷ୍ୟ ହେବ ବୋଲି ପ୍ରକାଶ କରିଛନ୍ତି ।