Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଟ୍ରକ ଧକ୍କାରେ ମହିଳା ମୃତ, ଅନ୍ୟ ଜଣଙ୍କୁ ଘୋଷାଡି ନେଲା ୫ ଶହ ମିଟର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପଳାଶୁଣିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏକ ଟ୍ରକ ଧକ୍କାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାଟି ଏତେ ଭୟଙ୍କ ଥିଲା ଯେ, ଦେଖଣାହାରୀଙ୍କ ଛାତି ଥରାଇ ଦେଇଥିଲା ।
ମିଳିଥିବା ସୂଚନା ଅନୁସାରେ ଜଣେ ମହିଳା ଓ ଜଣେ ପୁରୁଷ ପଳାଶୁଣି ଛକରେ ରାସ୍ତା ପାର କରୁଥିବା ବେଳେ ଭୁବନେଶ୍ବରରୁ କଟକ ଯାଉଥିବା ଏକ ଟ୍ରକ ଦଅୁତଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା । ମହିଳା ଜଣଙ୍କ ଛିଟିକି ପଡି ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ । ହେଲେ ପୁରୁଷ ବ୍ୟକ୍ତି ଜଣଙ୍କ ଟ୍ରକ ତଳେ ରହିଯାଇଥିଲେ । ଟ୍ରକଟଇ ତାଙ୍କୁ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା ।
ଖବର ପାଇ ମଞ୍ଚେଶ୍ବର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କ ରିଚୟ ମିଳିପାରିନାହିଁ ।