Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଧିକା ମିଶ୍ରଙ୍କ ବିୟୋଗ:ସମ୍ବଲପୁରରେ ଶୋକ

ସମ୍ବଲପୁର,ତା.୦୮।୦୪:ଆଜି ସମ୍ବଲପୁର ସହରର ବରିଷ୍ଠ ମହିଳା ରାଧିକା ମିଶ୍ର (୮୫)ଙ୍କ ବାର୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଅବସ୍ଥାରେ ପରଲୋକ ହୋଇଯାଇଛି। ମଧ୍ୟାହ୍ନ ସାଢେ ଗୋଟାଏ ରେ ପରଲୋକ ହୋଇଥିବା ନେଇ ଖବର ପ୍ରକାଶ ପାଇବା ପରେ ଚଳ ଚଞ୍ଚଳ ସମ୍ବଲପୁର ସହର ସ୍ତବ୍ଧ ହୋଇଯାଇଛି ।
ସ୍ୱର୍ଗତା ରାଧିକା ହେଉଛନ୍ତି ସ୍ୱର୍ଗତ ଯୁଗଳ କିଶୋର ମିଶ୍ରଙ୍କ ପତ୍ନୀ ଓ ସମ୍ବଲପୁର ସହରର ମାନ୍ୟଗଣ୍ୟ ନେତା ତଥା ସ୍ଥାନୀୟ ବରିଷ୍ଠ ଆଇନଜୀବୀ ସୁରେଶ୍ୱର ମିଶ୍ରଙ୍କ ମାଁ। ତାଙ୍କ ପରଲୋକ ସମୟରେ ପରିବାରବର୍ଗ ଉପସ୍ଥିତ ଥିଲେ। ସେ ତାଙ୍କର ପଛରେ ପୁଅ ରାଜେଶ, ସୁରେଶ୍ଵର ଓ ମହେଶ ଙ୍କ ସହିତ ଝିଅ ସ୍ୱପ୍ନାରାଣୀ, ବୈଜୟନ୍ତୀ, ପ୍ରଭାତୀ,ଅନୁସୟା ଓ ପରିବାରଙ୍କୁ ଛାଡି ଯାଇଛନ୍ତି। ଏହି ପରଲୋକ ଖବର ଜଣାପଡିବା ପରେ ଦଳ ମତ ନିର୍ବିଶେଷରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ପରିବାର ବର୍ଗ ସ୍ୱର୍ଗତା ରାଧିକାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି। ସେ ଜଣେ ଧର୍ମପରାୟଣ,ଆମାୟିକ,ସର୍ବଜନାଦୃତ ଓ ପରୋପକାରୀ ମହିଳା ଥିଲେ।
ଆଜି ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର ରାଜଘାଟରେ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ