Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ରେଡକ୍ରସ ଦିବସ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଠାରେ ବୁଧବାର ଏକ ରକ୍ତଦାନ ଶିବିର ଓ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ମାରୱାଡ଼ି ଯୁବାମଞ୍ଚ କ୍ଷେତରାଜପୁର, ମାରୱାଡ଼ି ଯୁବାମଞ୍ଚ ,ନବଚେତନା, ଟାଇଗର ଗ୍ରୁପ,ଉତ୍ସର୍ଗ,ସୋସିଆଲ ଷ୍ଟାର ଗ୍ରୁପ୍,ସମ୍ବାଦ,ଭଏସା ପରିବାର,ମହିଳା ମାରୱାଡି ସମିତି ପ୍ରଭୃତି ସାମାଜିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ଶିବିରରେ ବହୁ ରକ୍ତଦାତା ଯୋଗଦେଇ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ସମ୍ବଲପୁର ରକ୍ତ କେନ୍ଦ୍ରର ଅଧିକାରୀ ତଥା କର୍ମଚାରୀ ମାନେ ଏହି ଶିବିର କୁ ପରିଚାଳନା ରେ ସହଯୋଗ କରିଥିଲେ।
ଆୟୋଜିତ ରେଡକ୍ରସ ଦିବସରେ ସମ୍ବଲପୁର ସିଡିଏମଓ,ରେଡକ୍ରସ ସଂପାଦକ ଜୟ ଜର୍ଜ,ବ୍ଲଡ ବ୍ୟାଙ୍କ ଅଫିସର ଡା.କାକ୍କଡ,ରେଡକ୍ରସ ଉପାଧ୍ୟକ୍ଷ ନିଲେନ୍ଦି ପଣ୍ଡା ପ୍ରମୂଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେଡକ୍ରସ ଜିଲ୍ଲା ସଂଯୋଜିକା ପ୍ରମିଳା ବେହେରା,କାର୍ତ୍ତିକ କଲେତ ପ୍ରମୂଖ ଏଥିରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ