ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ..


ସମ୍ବଲପୁର:ଗତ କିଛି ଦିନ ଧରି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ ଘେରୁଛନ୍ତି । ରାଜ୍ୟ ରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା କୁ ନେଇ ୨୪ ବର୍ଷିଆ ରାଜ୍ୟ ସରକାର ଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏଥିରେ ବ୍ୟତିବ୍ରସ୍ତ ହୋଇ ବିଜେଡି ଦଳ ପ୍ରାୟ ଡ଼.ରଥ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କରୁଛି । ଗତଦୁଇ ଦିନ ତଳେ ବିଜେଡି ମୁଖପାତ୍ର ଡ଼.ଲେନିନ ମହାନ୍ତି ବରିଷ୍ଠ ଆଇନଜିବୀ ତଥା ସମ୍ବଲପୁର ଓକିଲ ସଂଘର ର ପୂର୍ବତନ ସଭାପତି ଡ଼.ରଥ ଙ୍କୁ ହାଇ କୋର୍ଟ ଆନ୍ଦୋଳନ ରୁ ପଳାୟନପନ୍ଥି ବୋଲି କଟାକ୍ଷ୍ୟ କରିଛନ୍ତି । ଡ଼. ଲେନିନ କହିଥିଲେ ଯେ ୨୦୨୨ ଡିସେମ୍ବର ୧୨ ଘଟଣା ପରେ ଡ଼.ରଥ ସମ୍ବଲପୁର ଛାଡି ରାଜ୍ୟ ବାହାରକୁ ପଳେଇଥିଲେ ।
ଏହାକୁ ନେଇ ଆଜ ଡ଼.ରଥ ଲେଲିନ ଙ୍କ ଉପରେ ବର୍ଷିଛନ୍ତି । ଡ଼.ରଥ କହିଛନ୍ତି ଯେ…
ମୁଁ, ପଳାୟନପନ୍ଥି ନୁହେଁ, ମୁଁ ହାଇ କୋର୍ଟ ଆନ୍ଦୋଳନ ସହିତ ଜଡ଼ିତ ଥିଲି ଓ ଅଛି । ଆନ୍ଦୋଳନ ର ସବୁସ୍ତରରେ ମୁଁ ନେତୃତ୍ୱ ନେଇଛି କିମ୍ବା ନେତୃତ୍ୱ ଙ୍କ ସହିତ ପଦ କୁ ପଦ ମିଶେଇ ଆନ୍ଦୋଳନ କରିଛି । ଡିସେମ୍ବର ୧୨ ତାରିଖ ଦିନ ଘଟଣା ସମୟରେ ମୁଁ କଚେରୀ ଛକ ରେ ଥିଲି ଓ ଘଟଣା ଘଟିଲା ପରେ ମଧ୍ୟ ସମ୍ବଲପୁର ରେ ଥିଲି । ଦୈନିକ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ରେ ସରକାର ଙ୍କ ପଦକ୍ଷେପ କୁ ନେଇ ବାଇଟ ଓ ସିଧା ପ୍ରସାରଣ ତର୍କ ବିତର୍କ ମାଧ୍ୟମରେ ନିୟମିତ ଭାବେ ଟୀକା ଟିପ୍ପଣୀ କରିଥିଲି । ମୁଁ ତ ସମ୍ବଲପୁର ରେ ସାମାଜିକ ଜୀବନ ରେ ଥିଲି କିନ୍ତୁ, ସେଇ ଘଟଣା ପରେ ବିଜେଡି ନେତା ମନ୍ତ୍ରୀ କୁଆଡେ ଉଭାନ ହୋଇ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ।
ଡ଼.ରଥ ଆଜିର ସାମ୍ବାଦିକ ସମ୍ମିଳନୀ ର ପ୍ରସଙ୍ଗ ରାଜ୍ୟ ଓ ସମ୍ବଲପୁର ର ସ୍ୱାସ୍ଥ୍ୟ ବିଭାଗ ର ସମସ୍ୟା ବିଷୟ ରେ ଉଲ୍ଲେଖ କରିବା ସମୟ ରେ କହିଥିଲେ ଯେ…
ରାଜ୍ୟବାସୀ ଙ୍କ ମୌଳିକ ସମସ୍ୟା ର ମୂଳ ପ୍ରଶ୍ନ ର ତଥ୍ୟଭିତ୍ତିକ ଉତ୍ତର ନଦେଇ ତଥ୍ୟବିହୀନ ଆରୋପ କରି ସାଧାରଣ ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ଲେନିନ ବାବୁ । ରାଜ୍ୟ ର ସ୍ୱାସ୍ଥ୍ୟ ବ୍ୟବସ୍ଥା ଖୋଦ ଆଇ.ସି.ୟୁ ରେ ଭର୍ତ୍ତି ହେବା ଅବସ୍ଥା ରେ ଅଛି । ନାହିଁ ନାହିଁ ରେ ଚାଲିଛି ରାଜ୍ୟ ର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା । ରାଜ୍ୟ ସରକାର ଙ୍କର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ର ପ୍ରକୃତ ବିକାଶ ବିଜ୍ଞାପନ ରେ ଓ ସଭାସମିତି ରେ ସମିତି ରହିଛି । ସମଗ୍ର ରାଜ୍ୟ ରେ ସ୍ୱାସ୍ଥ୍ୟ ସେବା ତୃଣମୂଳ ର ବ୍ୟବସ୍ଥା ବିଜ୍ଞାପନ ର ଠିକ ଓଲଟା । ଯଦି ଆମେ ଉଡାହାରଣ ରେ ସମ୍ବଲପୁର ଜିଲ୍ଲା କୁ ନେବା ତ ରାଜ୍ୟ ର ସ୍ଥିତି ସ୍ପଷ୍ଟ ହୋଇଯିବ ।
ସରକାରୀ ତଥ୍ୟ କୁ ଦେଖିଲେ ସମ୍ବଲପୁର ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥା ବିକାଶ ଆଡକୁ ନା ବିନାଶ ଆଡକୁ ଯାଉଛି ତାର ସ୍ପଷ୍ଟ ଜଣାପଡୁଛି । ଜିଲ୍ଲାରେ ୪୦.୭% ଶିଶୁ ଙ୍କର ଉଚ୍ଚତା ଓ ୨୫.୫% ଶିଶୁ ଙ୍କର ଓଜନ ବୟସ ତୁଳନା ରେ କମ । ଉଚ୍ଚତା ଅନୁସାରେ ଅତ୍ୟନ୍ତ କମ ଓଜନ ର ଶିଶୁ ଙ୍କ ହାର ୭.୬% ଓ ଜନ୍ମ ବେଳେ କମ ଓଜନ ଶିଶୁ ଙ୍କ ସଂଖ୍ୟା ୩୬.୩% ରହିଛି । ୬୪.୫% ଶିଶୁ ଓ ୬୬.୭% ମହିଳା ରକ୍ତହୀନତା ର ଶିକାର ଅଛନ୍ତି । ଜିଲ୍ଲା ରେ ୫୪.୨୪% ସ୍ୱୀକୃତ ଡାକ୍ତର ପଦବୀ ଖାଲି ପଡିଛି । ମୋଟ ୩୧୦ ଡାକ୍ତର ପଦବୀ ରୁ ୧୭୯ ଟି ଡାକ୍ତର ପଦବୀ ଖାଲି ପଡିଛି । ଜିଲ୍ଲା ରେ ୫୨%ନର୍ସ ପଦବୀ ଖାଲି ପଡିଛି ଅର୍ଥାତ ୫୬୫ ସ୍ୱୀକୃତ ନର୍ସ ପଦବୀ ରୁ ୨୯୪ଟି ପଦବୀ ଖାଲି ପଡିଛି । ବୁର୍ଲା ମେଡିକାଲ କଲେଜ ରେ ୫୫% ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିଅର ରେସିଡେଣ୍ଟ ଆଦି ଶିକ୍ଷକ ପଦବୀ ଖାଲି ପଡିଛି । ମୋଟ ସ୍ୱୀକୃତ ୫୧୩ ପଦବୀ ରୁ ୨୮୦ଟି ପଦବୀ ଖାଲି ପଡିଛି । ଅଣଶିକ୍ଷକ ପଦବୀ ରେ ବୁର୍ଲା ମେଡିକାଲ କଲେଜ ରେ ୩୩% ପଦବୀ ଖାଲି ପଡି ମୋଟ ୧୭୫୪ ସ୍ୱୀକୃତ ପଦବୀ ମଧ୍ୟ ରୁ ୫୮୨ ପଦବୀ ଖାଲି ରହିଛି । ଭୀମସାର କୁ ସ୍ୱୟଂଶାସିତ ଘୋଷଣା ର ୨୫ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ଦିଆ ଯାଇ ନାହିଁ । ଏଥିରୁ ରାଜ୍ୟ ସରକାର ଙ୍କର ପଶ୍ଚିମାଞ୍ଚଳ ପ୍ରତି ରହିଥିବା ବୈମାତୃକ ମନୋଭାବ କୁ ପ୍ରମାଣିତ କରୁଛି ।
ଆଜିର ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସକ୍ରିୟ କାର୍ଯ୍ୟକର୍ତ୍ତା ମୁକେଶ ଜରିୱାଲ ଓ ରଞ୍ଜିତ ରଥ ସହଯୋଗ କରିଥିଲେ ।