Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେବେ ଆସିବ ବିଜେଡିର ଇସ୍ତାହାର ?

ଭୁବନେଶ୍ବର: ଓଡ଼ିଶାରେ ପ୍ରାଥମ ପର୍ଯ୍ୟାୟ ଭୋଟ କାଇଁ ପ୍ରଚାର ଆଉ ତିନି ଦିନ ବାକି ଅଛି । ୧୩ ତାରିଖରେ ସରିବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ହେଲେ ଏପର୍ଯ୍ୟନ୍ତ ବିଜେଡି ତା’ର ଇସ୍ତାହାର ସାର୍ବଜନୀନ କରିନି । ବିଜେପି ଓ କଂଗ୍ରେସ ନିଜର ଇସ୍ତାହାର ଜାରି କରି ଲୋକଙ୍କ ପାଖକୁ ଯାଉଥିବାବେଳେ ବିଜେଡିର ଇସ୍ତାହାର କମିଟି କୋମାରେ ଥିବା ଚର୍ଚ୍ଚା ହେଉଛି ।

ବିଜେଡି ୨୦୨୪ ନିର୍ବାଚନ ପାଇଁ ଯେଉଁ ୩୮ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା । ମିଳିଥିବା ସୂଚନା ଅନୁସାରେ ଇସ୍ତାହାର କମିଟିର ଅଧ୍ୟକ୍ଷ ଚନ୍ଦ୍ରଶେଖର ସାହୁ ଅସୁସ୍ଥ । ଆବାହକ ଅମର ପଟ୍ଟନାୟକ ବି ସେମିତି ସକ୍ରିୟ ଜଣାପଡୁନାହାନ୍ତି । ଧର୍ମକୁ ଆଖିଠାର ମାରିବା ଭଳି ହାତଗଣତି କିଛି ନେତାଙ୍କୁ ନେଇ ଥରୁଟିଏ ବୈଠକରେ ଇସ୍ତାହାର କମିଟି କାର୍ଯ୍ୟ ଶେଷ ହୋଇଛି ।

ଅନ୍ୟପଟେ ବିଜେପି ନିଜ ଇସ୍ତାହାରରେ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରିବା ଭଳି ଅନେକ ପ୍ରତିଶ୍ରୁତି ଦେଇଛି । ଯାହାକୁ ଦେଖିବା ପରେ ବିଜେଡିକୁ ନିଜ ପ୍ରସ୍ତାବିତ ନିର୍ବାଚନୀ ଇସ୍ତାହାରରେ ପରିବର୍ତ୍ତନର କରିବାକୁ ପଡ଼ିପାରେ । ଯେଉଁଥିପାଇଁ ବିଜେଡି ନିଜର ଇସ୍ତାହାର ଜାରି କରିବାରେ ବିଳମ୍ବ କରୁଥିବା ଆଳୋଚନା ହେଉଛି । ବିଶେଷକରି ମହିଳା, ଚାଷୀ, ଯୁବବର୍ଗ, ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା ସହ ବାର୍ଦ୍ଧକ୍ୟ ଓ ବିଧବାଙ୍କ ମାସିକ ଭତ୍ତା ପରିମାଣ ୩ ହଜାର ଟଙ୍କା ଏବଂ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେବା ବିଜେଡି ଚିନ୍ତା ବଢ଼ାଇଛି । ଦଳ ସେଥିପାଇଁ ନିଜର ଇସ୍ତାହାରରେ ଆବଶ୍ୟକ ସଂଶୋଧନ କରୁଥିବାର ସୂଚନା ମିଳିଛି । ଦଳର ମହିଳା ଭୋଟବ୍ୟାଙ୍କରେ ଛିଦ୍ର ପାଇଁ ବିଜେପିର ‘ସୁଭଦ୍ରା’ ଯୋଜନା ଅଧିକ ଫଳପ୍ରଦ ହୋଇପାରେ ବୋଲି ଆଶଙ୍କା କରି ବିଜେଡି ଏବେ ଅନୁରୂପ ପ୍ରତିଶ୍ରୁତି ଦେବ ବୋଲି ଜଣାପଡ଼ିଛି ।