Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଛାଡ଼ି ବିଜେପିରେ ମିଶିଲେ ନେତା ଓ କର୍ମୀ

ଭୁବନେଶ୍ବର: ବଢ଼ିବାରେ ଲାଗିଛି ବିଜେପି ବଳ । ପରିବର୍ତ୍ତନର ହାଓ୍ବାରେ ସାମିଲ ହେଉଛନ୍ତି ଲୋକେ । ଏହି କ୍ରମରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଛତିଆ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ଦୀପକ ସାହୁ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ‍ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରିଛନ୍ତି । ଦୀପକଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ଗୁମେଶ ଚନ୍ଦ୍ର ସାହୁ, ଚନ୍ଦନ ସାହୁ, ହ୍ରିତିକ ରୋଶନ ସାହୁ, ଦିନେଶ ସାହୁ, ହରିହର ହାତି, ଜିତେନ୍ଦ୍ର ପାଲ, କାର୍ତିକ ସାହୁ, ଗୌତମ ଦାସ, ପ୍ରକାଶ ଦାସ, ରିତିକ ରୋଶନ ସାହୁ, ସସ୍ମିତା ଦାସ, ଅଜୟ କୁମାର ସାହୁ, ସୁନନ୍ଦା ଦାସ, ରଞ୍ଜନ ସାହୁ, ନାଏବ ସରପଞ୍ଚ ଦୀପିକା ବେହେରା, ଉଚ୍ଛବ ସାହୁ, ମଧୂସୁଦନ ବାରିକ, ଲକ୍ଷ୍ମୀଧର ବେହେରା, ଶଙ୍କର୍ଷଣ ରାଉଳ, ଅଜୟ କୁମାର ରାଉତରାୟ, ନାରାୟଣ ଶର୍ମା ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।

ସେହିପରି ବୁମତଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବପ୍ରସାଦ ରାଉଳ, କ୍ଷୀରୋଦ ମହାରଣା ବିଜେପିରେ ଯୋଗ ଦେଇଛନ୍ତି । ପୁରୀ ଜିଲ୍ଲା ନିମାପଡ଼ାର ବରିଷ୍ଠ ଆଇନଜୀବୀ ସୁଧିର ଚରଣ ମହାନ୍ତି ମଧ୍ୟ ବିଜେପିରେ ମିଶିଛନ୍ତି । ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ