Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୈଳାଶ ଙ୍କ ପାଇଁ ପ୍ରଚାର କରିବାକୁ ଆସୁଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ…ବିଷ୍ଣୁ ଦେଓ

ଲକ୍ଷ୍ମୀପୁର ୦୮/୦୫ .. ଆଜି ଆସୁଛନ୍ତି ଛତିଶଗଡ ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, କୋରାପୁଟ ଜିଲ୍ଲା ରେ ବିଜେପି ର ପଲ୍ଲା ଭାରି କରାଇବା ସହ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ବିଜେପି ପ୍ରାର୍ଥୀ କୈଳାଶ କୁଲେସିକା ଙ୍କ ସକାଶେ ସେ ପ୍ରଚାର କରିବା ପାଇଁ ଲକ୍ଷ୍ମୀପୁର ଗୁରୁବାରଦିନ ଆସୁଛନ୍ତି। ସ୍ଥାନୀୟ ବିଏସଏଫ ର ହେଲିପ୍ୟାଡ଼ ରେ ସ୍ୱତନ୍ତ୍ର ହେଲିକେପଟର ଯୋଗେ ଆସିବା ପରେ ମହାବିଦ୍ୟାଳୟ ର ସମ୍ମୁଖରେ ଥିବା ମିନି ଷ୍ଟାଡିୟମ ରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେଇ କୈଳାଶ ଙ୍କ ସକାଶେ ନିର୍ବାଚନ ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଉଦବୋଧନ ଦେବେ। କୈଳାଶ ଙ୍କ ସହ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ ଙ୍କ ସକାଶେ ମଧ୍ୟ ସେ ପ୍ରଚାର କରିବେ।ମିନିଷ୍ଟାଡିୟମ ରେ ୫ହଜାର ରୁ ଉର୍ଦ୍ଧ କର୍ମୀ ଯୋଗ ଦେବେ ବୋଲି ଜଣାପଡିଛି।  କୈଳାଶ କୁଲେସିକା ବିଜେଡ଼ି ଟିକେଟ ନପାଇବା ପରେ ବିଜେପି ରେ ସାମିଲ ହୋଇ ଅଳ୍ପ ଦିନରେ ଲୋକ ପ୍ରିୟତା ହାସଲ କରିଥିବା ରିପୋର୍ଟ  ଗୋଇନ୍ଦା ରିପୋର୍ଟ ଆଧାର ରେ କେନ୍ଦ୍ର ରେ ପହଂଚିଥିବା କାରଣରୁ ଲକ୍ଷ୍ମୀପୁର ରେ ସ୍ୱତନ୍ତ୍ର ପ୍ରଚାର ସକାଶେ ଶ୍ରୀ ବିଷ୍ଣୁ ଦେଓ ଆସୁଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି।ଛତିଶଗଡ ମୁଖ୍ୟ ମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରଚାର ହେବା ପରେ ବିଜେପି ଶିବିର ର ଉତ୍ସାହ ଖେଳିଯାଇଛି,କର୍ମୀ ମାନେ ଦିନ ରାତି ଏକା କରି ଗ୍ରାମାଞ୍ଚଳ ରେ ବୁଲି ପ୍ରଚାର କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ