Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସେବା ଭବନରେ ୧୪ ଦେଶର ପ୍ରତିନିଧିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ୧୪ଟି ଦେଶର ମନ୍ତ୍ରୀ, ସାଂସଦଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ବୈଠକ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏଥିସହ ନୀତି ପରାମର୍ଶଦାତାଙ୍କ ସହ ମଧ୍ୟ କଥା ହେଲେ ନବୀନ । ଆର୍ମେନିଆ ସାଂସଦ ଡିମିଟାର ତାସେଭ, ବୁଲଗେରିଆ ସାଂସଦ ୟୁଲିଆ କ୍ଲେମନକୋ, ୟୁକ୍ରେନ ଓ ସ୍ଲୋଭାକିଆ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ।

ଏହି ବୈଠକରେ ରାଜ୍ୟର କଳା, ସଂସ୍କୃତି ଓ ପ୍ରାକୃତିକ ସମ୍ପଦ ଉପରେ ଟିପଣୀ ଦେଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଏବେ ସବୁ କ୍ଷେତ୍ରରେ ଆଗେଇ ଚାଲିଛି। ପ୍ରଗତି ପଥରେ ପାହାଚ ଉପରେ ପାହାଚ ଅତିକ୍ରମ କରିଚାଲିଛି ରାଜ୍ୟ। ଏହାର ପ୍ରଭାବ କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି। ଅର୍ଥ ବ୍ୟବସ୍ଥା ଓ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାର ଅଧିକ ବିକାଶ ହୋଇଛି । ଭାରତ ୭୫ ବର୍ଷ ଧରି ଏକ ଗଣତାନ୍ତ୍ରିକ ପରମ୍ପରାରେ ପରିଚାଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ୧୪ ଦେଶର ପ୍ରତିନିଧି ।