Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆପାଲି ରେ ଶନି ଜୟନ୍ତୀ

ସମ୍ବଲପୁର:ଆଜି ପବିତ୍ର ବୈଶାଖ ଅମାବାସ୍ୟା ବୁଧବାର ଦିନ ପ୍ରଭୁ ଶନି ମହାରାଜ ଙ୍କ ଜନ୍ମଦିନ ଖଲିଆପାଲି ଶନି ମନ୍ଦିର ରେ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବେଶ୍ ଧୂମଧାମ ରେ ପାଳିତ ହୋଇଛି ଶନି ମହାରାଜ ଙ୍କ ଜନ୍ମଦିନ। ଆଜି ସକାଳୁ ଶନି ମହାରାଜ ଙ୍କ ତୈଳ ଅଭିଷେକ ତଥା ସ୍ନାନ ସରିବା ପରେ ଷୋଡ଼ଶ ଉପଚାର ପୂଜା, ପଞ୍ଚୋପଚାର ପୂଜା,ହୋମ , ଆଳତୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକ ଶ୍ରୀ ଅଭୟ ନାୟକ ଙ୍କ ପୌରହିତ୍ୟ ରେ କର୍ତ୍ତା ଭାବେ ସପତ୍ନୀକ ଶ୍ରୀ ବିଶ୍ବରଂଜନ ବଡ଼ପଣ୍ଡା ଓ କଲ୍ୟାଣୀ ବଡ଼ପଣ୍ଡା ପୂଜା କାର୍ଯ ସମ୍ପାଦନ କରିଥିଲେ। ଏଠାରେ ଖଲିଆପାଲି,ପଡ଼ିଆବାହାଲ,ତୁରାଙ୍ଗ,ବାହାମ, ପଧାନପାଲି,ବାରିବନ୍ଧ ପ୍ରଭୃତି ଗ୍ରାମରୁ ଭକ୍ତ ଆସି ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ। ଏଥିରେ ଦିନେଶ ବଡ଼ପଣ୍ଡା,ଫକୀର ବଡ଼ପଣ୍ଡା,ମିଥୁନ ମହାପାତ୍ର,ବରୁଣ କୁମାର ସାହୁ,ସଚ୍ଚିଦାନନ୍ଦ ନାୟକ,ପ୍ରକାଶ ସୂପକାର, କରିଣା ନାୟକ,ଚିତ୍ତରଞ୍ଜନ ନାୟକ,ଅମୂଲ୍ୟ ପୂଜାରୀ,ତନ୍ମୟ ବାଗ, ଅଂଶୁ ପୂଜାରୀ,ବର୍ଷା ବଡ଼ପଣ୍ଡା,ଅଙ୍କିତା ପୂଜାରୀ, କରନ ନାୟକ,ମିକି ପଣ୍ଡା ପ୍ରମୁଖ ସାହାଯ୍ୟ କରିଥିଲେ।