Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନିର୍ବାଚନ ପ୍ରଚାର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡକାରୀ

ଭୁବନେଶ୍ବର: ଜମିବାରେ ଲାଗିଲାଣି ନିର୍ବାଚନୀ ପ୍ରଚାର । ଓଡ଼ିଶାରେ ମତଦାନ ତାରିଖ ଯେତେ ପାଖଉଛି, ନିର୍ବାଚନୀ ମୈଦାନ ସେତେ ସରଗରମ ହେଉଛି । ଏହି କ୍ରମରେ ଆଜି ଓଡ଼ିଶାରେ ପ୍ରଚାର କରିବାକୁ ଆସୁଛନ୍ତି ବିଜେପିର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।
ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରଚାର ମଙ୍ଗ ଧରିଥିବା ବେଳେ ଭିକେ ପାଣ୍ଡିଆନ ଜିଲ୍ଲାରୁ ଜିଲ୍ଲା ଗସ୍ତ କରି ବିଜେଡି ସପକ୍ଷରେ ମାହୋଲ ବଢାଉଛନ୍ତି । ସେହିପରି ବିଜେପି ମଧ୍ୟ ପଛରେ ପଡିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେପି ପାଇଁ ଘନ ଘନ ପ୍ରଚାର କରୁଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ।
ଗଡ଼କରୀ ପୁରୀ ଗସ୍ତରେ ଯାଇ କୃଷ୍ଣପ୍ରସାଦରେ ବିରାଟ ଜନସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ହିମନ୍ତ ବିଶ୍ୱଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ।
ଏହାପରେ ଆସନ୍ତାକାଲି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋଟ୍ ଗ୍ରହଣ ତାରିଖ ଯେତିକି ପାଖୋଉଛି ବିଜେପିର କେନ୍ଦ୍ର୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ପ୍ରଚାର ତାତିକୁ ସରଗରମ କରିଛି ।