ମହାନଦୀ ପାଇଁ ଓଡିଶା ବିଜେପିର କୁମ୍ଭୀର କାନ୍ଦଣା:ଉପରମୁଣ୍ଡରେ ପାଣି ଅଟକାଇଛି ଛତିଶଗଡ- ଡ. ଲେନିନ୍ ମହାନ୍ତି


ସମ୍ୱଲପୁର : ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବିଜେପି ନେତାଙ୍କ ମିଛ ଧରାପଡିଛି । ମହାନଦୀ ଶୁଖିଲା ପଡିଛି ବୋଲି ବାରମ୍ବାର ଛାତିପିଟି ହେଉଥିବା ବିରୋଧୀ ଦଳ ଭଲ ଭାବରେ ଜାଣିଛନ୍ତି ମହାନଦୀ ଧାରା ଶୁଖିବାର କାରଣ କଣ । କେବଳ ନିର୍ବଚନ ସମୟରେ ଏହାକୁ ମିଛ ପ୍ରସଙ୍ଗ କରି ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ମହାନଦୀର ଉପରମୁଣ୍ଡରେ ଥିବା ଛତିଶଗଡ ରାଜ୍ୟରେ ବ୍ୟାରେଜ ନିର୍ମାଣ କରି ପାଣିକୁ ଅଟକାଇ ଦିଆଯାଉଛି । ଯାହା ଫଳରେ ଓଡିଶାରେ ପାଣି ପ୍ରବେଶ କରିପାରୁନାହିଁ । ଯେହେତୁ ଛତିଶଗଡରେ ବର୍ତ୍ତମାନ ବିଜେପି ଦଳର ସରକାର ଶାସନ କରୁଛି । ସେମାନଙ୍କ ବିରୋଧରେ ପଦେ କଥା କହିବାକୁ କୁନ୍ଥୁକନ୍ଥୁ ହେଉଛନ୍ତି ଓଡିଶାର ବିଜେପି ନେତା । ଅପରପକ୍ଷେ ଓଡିଶାରେ ନିର୍ବାଚନ ସମୟ ରହିଥିବାରୁ ଏହାକୁ ଏକ ପ୍ରସଙ୍ଗ ଭାବରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି ।
ଶୁଖିଗଲାଣି ମହାନଦୀର ଜଳଧାରା । ଉପରମୁଣ୍ଡରୁ ଆସୁନି ପାଣି । ଛତିଶଗଡରେ ବିଜେପି ସରକାର ଗଠନ ହେବାପରେ ସମସ୍ତ ବ୍ୟାରେଜର ଗେଟ ବନ୍ଦ କରି ମହାନଦୀର ପାଣିକୁ ଅଟକାଇ ରଖିଦିଆଯାଇଛି । ଏପଟେ ଓଡିଶାର ବିଜେପି ନେତା ରାଜ୍ୟସରକାରଙ୍କୁ ଦୋଷ ଲଦି ହୀନ ରାଜନୀତି କରିବାରେ ମାତିଛନ୍ତି । ସୂଚନାଯୋଗ୍ୟ ଯେ ଛତିଶଗଡରେ ବିଜେପିର ସରକାର ଗଠନ ହେଲା ପରେ ମହାନଦୀର ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି । ମେ ମାସ ପ୍ରଥମ ସପ୍ତାହରୁ ହୀରାକୁଦ ଜଳଭଣ୍ଡାରକୁ ମାତ୍ର ୩୩୦ କ୍ୟୁସେକ୍ ଜଳ ପ୍ରବେଶ ହେଉଛି । ଯାହା ସମୁଦକୁ ଶଙ୍ଖେ ପାଣି ସଦୃଶ । ବର୍ତ୍ତମାନ ଓଡିଶାର ଚାଷଜମି କୁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୦ ହଜାର କ୍ୟୁସେକ ଜଳ ପ୍ରବେଶର ନିତାନ୍ତ ଆବଶ୍ୟକତା ରହିଛି । ହେଲେ ଉପରମୁଣ୍ଡରେ ଛତିଶଗଡ ସରକାର ମହାନଦୀର ସମସ୍ତ ବ୍ୟାରେଜକୁ ବନ୍ଦ କରି ରଖିଛି । ପରିସ୍ଥିତି ଏମିତି ହେଇଛି ଯେ ମହାନଦୀରେ ଜଳଧାର ଟିଏ ଦେଖିବାକୁ ମିଳୁନାହିଁ । ଏପଟେ କିନ୍ତୁ ମହାନଦୀ ପ୍ରସଙ୍ଗରେ ହୀନ ରାଜନୀତି କରି ରାଜ୍ୟସରକାରଙ୍କୁ ଦୋଷ ଲଦିବାରେ ବ୍ୟସ୍ତ ଓଡିଶା ଓ ସମ୍ବଲପୁରର ବିଜେପି ନେତା । ଘର ଭିତରେ ବସି ମହାନଦୀ ପ୍ରସଙ୍ଗରେ ପ୍ରଶ୍ନ ତିଆରି କରୁଥିବା ବିଜେପି ନେତା, ଏ ହୀନ ରାଜନୀତି କରିବା ପୂର୍ବରୁ ଯାଆନ୍ତୁ ହୀରାକୁଦ ଆଡୁ ଟିକିଏ ବୁଲି ଆସିବେ । ମହାନଦୀ କାହା ପାଇଁ ମରୁଛି ଅନ୍ତତଃ ଆପଣଙ୍କର ହୃଦବୋଧ ହେବ ବୋଲି କଡା ସମାଲୋଚନା କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ. ଲେନିନ୍ ମହାନ୍ତି । ପୂର୍ବରୁ ଛତିଶଗଡରେ କଂଗ୍ରେସ ସରକାର ଥିବା ସମୟରେ ବିଜେପି ଦୋଷ ଲଦୁଥିଲା । ବର୍ତ୍ତମାନ କାହାକୁ ଦୋଷ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ମୁହଁ ଖୋଲିବେନି । କାରଣ ସମ୍ବଲପୁରରୁ ହାରିବା ପରେ ଥଇଥାନ ହେବାକୁ ସେ ଛତିଶଗଡ କିମ୍ବା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶକୁ ଯିବେ । ଜନସାଧାରଣଙ୍କ ସ୍ୱାର୍ଥଙ୍କୁ ଜଳାଞ୍ଜଳୀ ଦେଇ ରାଜନୈତିକ ଫାଇଦା ପାଇଁ ପାଟି କରୁଥିବା ରାଜନେତା ଥରେ ଚିନ୍ତା କରିବା ଦରକାର ଯେ । ଛତିଶଗଡ ସରକାର ଓଡିଶାର ଜୀବନରେଖାକୁ ମାରିବାକୁ ଚେଷ୍ଟା କରୁଛି । ହୀରାକୁଦ ଜଳଭଣ୍ଡାରରେ ମାତ୍ର ୩୩୦ କ୍ୟୁସେକ ପାଣି ପ୍ରବାହିତ ହେଉଥିଲେ ହେଁ ଚାଷୀଙ୍କ କ୍ଷେତକୁ ଯାହା ପାଣି ଦରକାର ଯୋଗାଉଛନ୍ତି । ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କର ସତସାହାସ ଅଛି ତାହେଲେ ଛତିଶଗଡ ସରକାରଙ୍କୁ ଥରେ ପ୍ରଶ୍ନ କରନ୍ତୁ ତାଙ୍କ ମାଟି ପ୍ରତି ଏ ଅବିଚାର କାହିଁକି? ନଚେତ ଜନତା ଆପଣଙ୍କୁ କ୍ଷମା କରିବେ ନି ବୋଲି ଡ. ଲେନିନ୍ ମହାନ୍ତି କହିଛନ୍ତି ।