Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶଗଡେଶ୍ୱର ମହୋତ୍ସବ ପାଇଁ ଉଠିଲା ଥାଳି

ସମ୍ବଲପୁର(ରେଙ୍ଗଲୋଇ):ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ଜୁନ୍ ୧୦ଓ ୧୧ରେ ହେବାକୁ ଥିବା ୧୦ ତମ ଶୀତଳ ଷଷ୍ଠୀ ଯାତ୍ରା ଓ ଶଗଡେଶ୍ବର ମହୋତ୍ସବ ୨୦୨୪ପାଇଁ ବାବା ଶଗଡେଶ୍ବର ଓ ମାତା ପାର୍ବତୀ ଙ୍କ ଥାଳ ଉଠିଲା ।ଏ ବର୍ଷ ମାତା ପାର୍ବତୀ ଙ୍କ ମାତା ପିତା ଭାବରେ ରଞ୍ଜିତ ପଟେଲ ଓ ତାଙ୍କ ଧର୍ମ ପତ୍ନୀ ସବିତା ପଟେଲ କୁଚିଣ୍ଡା (ମୂଳବାସିନ୍ଦା ରେଙ୍ଗଲୋଇ) ଏବଂ ବାବା ଶଗଡେଶ୍ବର ଙ୍କ ପିତା ମାତା ଭାବରେ ଡିମିରିମୁଣ୍ଡା ସରପଞ୍ଚ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଧୁରୁଆ ଓ ତାଙ୍କ ଧର୍ମ ପତ୍ନୀ ଯ୍ୟୋତିମଞ୍ଜରି ଧୂରୁଆ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ମାଙ୍ଗଳିକ କାର୍ଯ୍ୟକୁ ପୂଜକ ନିତ୍ୟାନନ୍ଦ ମିଶ୍ର ପୂଜା ପୌରହିତ୍ୟ କରିଥିବା ବେଳେ ଶୀତଳ ଷଷ୍ଠୀ ଯାତ୍ରା କମିଟି ର ସଭାପତି ନୃପଲାଲ ପଲେଇ, ମନ୍ଦିର ପରିଚାଳନା କମିଟି ର ସଭାପତି ରୁଦ୍ରନାରାୟଣ ବେହେରା, ସୁମନ୍ତ ବେହେରା,ରାଜୀବ ଶର୍ମା, ରତନଲାଲ ସିଂ, ଚିତ୍ତରଞ୍ଜନ ଶର୍ମା, ତରଣୀରଞ୍ଜନ ଶର୍ମା, ଗଣେଶ ଗୁପ୍ତା, ଶଶିଭୂଷଣ ବଢ଼େଇ, ସଞ୍ଜୟ ମହlକୁଳ, ସଞ୍ଜୀବ ପଣ୍ଡା, ନରେନ୍ଦ୍ର ପଲେଇ, ହିତେଶ ପଲେଇ, କରୁଣାକର ମାଝୀ, ରବୀନ୍ଦ୍ର ପଲେଇ, ସନ୍ତୋଷ ଠାକୁର, କୁବେର ଠାକୁର, ଅମରନାଥ ପଲେଇ, ସୁରଥ ନାୟକ, ବାବୁନି ମହାନ୍ତି, ସଂଜିତ୍ ପ୍ରଧାନ, ରଞ୍ଜନ ପଣ୍ଡା, ଗଗନ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ। ଶେଷରେ ଶୀତଳଷଷ୍ଠୀ ଯାତ୍ରା ଓ ମହୋତ୍ସବ କମିଟି ର ସଂଯୋଜକ ମଳୟ ବେହେରା ଉତ୍ସବ କୁ ସଫଳ ରୁପାୟନ କରିବାପାଇଁ ଅଞ୍ଚଳ ବସୀ ଙ୍କ ସହଯୋଗ କାମନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ