Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ, ତା ପରଠୁ ରାଜ୍ୟରେ ମିଳିବ ମାଗଣା ବିଜୁଳି: ପାଣ୍ଡିଆନ

ରାଉରକେଲା: ରାଉରକେଲାର ରଘୁନାଥପାଲ୍ଲୀରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଆସନ୍ତା ୯ ତାରିଖରୁ ସାରା ରାଜ୍ୟରେ ମାଗଣାରେ ବିଜୁଳି ମିଳିବ ବୋଲି ସେ କହିଛନ୍ତି । ଗ୍ରାହକଙ୍କୁ ଜୁଲାଇ ମାସରୁ ବିଜୁଳି ବିଲ ଦେବାକୁ ଆଉ ପଡିବନି। ମାଗଣା ବିଜୁଳି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପାଣ୍ଡିଆନ କହିଛନ୍ତି ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଜୁନ ୯ ତାରିଖ ସଂଧ୍ୟାବେଳେ ମନ୍ତ୍ରିମଣ୍ଡଳରେ ନିର୍ବାଚନୀ ଇସ୍ତାହାରକୁ ସ୍ଵୀକୃତି ଦେବେ ମୁଖ୍ୟମନ୍ତ୍ରୀ। ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ପ୍ରଦାନ ନେଇ ଏଇଟା ନବୀନ ବାବୁଙ୍କର ଗ୍ୟାରେଣ୍ଟି ବୋଲି ରଘୁନାଥପାଲ୍ଲୀ ସାଧାରଣ ସଭାରେ ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ।

ସେ ବିରୋଧୀ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି, ବହୁତ ବଡ଼ ବଡ଼ ନେତା ଆସିବେ । ମିଠା ମିଠା କଥା କହିବେ। ପ୍ରତି ବର୍ଷ ୨ କୋଟି ରୋଜଗାର ଦେବୁ ବୋଲି କହିଥିଲା କେନ୍ଦ୍ର। ୧୦ ବର୍ଷରେ ୨୦ କୋଟି ରୋଜଗାର ଦେବା କଥା। ସେହି ହିସାବରେ ଓଡ଼ିଶାରେ ୮୦ ଲକ୍ଷ ଲୋକ ରୋଜଗାର ପାଇବା କଥା। ହେଲେ କିଛି ହୋଇନି। ୨୦୧୪ରେ ମିଛ କହିଲେ, କ୍ଷମତାକୁ ଆସିଲେ ଭୁଲିଗଲେ। ୨୦୧୯ରେ ମିଛ କହିଲେ, ଅପପ୍ରଚାର କଲେ କ୍ଷମତାକୁ ଆସିଲେ, ଦରଦାମ ଉପରେ କିଛି କହିଲେନି, ତେଲ, ପେଟ୍ରୋଲ ଓ ଗ୍ୟାସ ଦର କମିନାହି।

ବହୁତ ବଡ଼ ବଡ଼଼ ନେତା ଆସୁଛନ୍ତି, ନବୀନ ବାବୁଙ୍କ ବିରୋଧରେ ପ୍ରଚାର କରୁଛନ୍ତି। ୩ରୁ ୪ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରଚାର କରିବାକୁ ଆସୁଛନ୍ତି। ହେଲେ ଓଡ଼ିଶାର ସାଢେ ୪ କୋଟି ଜନତା ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପରିବାର। ଗତ ମାର୍ଚ୍ଚ ୧୨ ପରଠାରୁ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ଲାଗି ୧୦୦ କୋଟି ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଉରକେଲାର ସେକ୍ଟର ୩ ଜଗନ୍ନାଥ ମନ୍ଦିର ଉନ୍ନତି ଲାଗି ଦେଢ କୋଟି , ଦେଓଗାଁରେ ଥିବା ଧବଳେଶ୍ଵର ମନ୍ଦିର ଉନ୍ନତି ଲାଗି ୧ କୋଟି, କୋଏଲ ନଦୀରେ ମଧ୍ୟ କାମ ଚାଲୁଛି। କେନ୍ଦୁପତ୍ର ତୋଳାଳିମାନଙ୍କ ଲାଗି ଥିବା ବୋନସକୁ ଦୁଇ ଗୁଣା କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।