ସମ୍ୱଲପୁର : ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କ ସାକ୍ଷୀପଡା ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସମ୍ବଲପୁର ମ୍ୟୁନିସିପାଲଟିର ଦୁଇଜଣ ପୂର୍ବତନ କାଉନସିଲର ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । କଂଗ୍ରେସ ଦଳର ବରିଷ୍ଠ ନେତା ତଥା ୩୨ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ରାଜେନ୍ଦ୍ର ଗଡତିଆ ଏବଂ ବିଜେପି ଦଳର ବରିଷ୍ଠ ନେତା ତଥା ୱାର୍ଡ ନମ୍ବର ୧୯ର ପୂର୍ବତନ କାଉନସିଲର ଦିଲୀପ ସାହୁ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସେମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପମାଲ୍ୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତୀ ଆଦର୍ଶ, ସ୍ୱଚ୍ଛଳ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳକୁ ଆପଣାଇଥିବା କହିଥିଲେ । ପ୍ରଣବ ପ୍ରକାଶଙ୍କ ଭଳି ଜଣେ ଦକ୍ଷ ନେତୃତ୍ୱ ଓ ରୋହିତ ପୂଜାରୀଙ୍କ ଭଳି ମେଳାପୀ ବ୍ୟକ୍ତିଙ୍କ ନେତୃତ୍ୱରେ ସମ୍ବଲପୁର ସହର ଆଗାମୀ ଦିନରେ ବିକାଶ ପଥରେ ଆଗେଇବ । ତେବେ ଏହି ଦୁଇଜଣ ନେତା ବିଜେଡି ଦଳରେ ମିଶିବା କଂଗ୍ରେସ ଓ ବିଜେପି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ବୋଲି ଏବେ ଚାରିଆଡେ ଆଲେଚନା ହେଉଛି ।
ବିଜୁ ଜନତା ଦଳରେ ମିଶିଲେ ପୂର୍ବତନ କାଉନସିଲର
